Report Card Odisha

| Daily Odia News

ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା। କିଛି ଛୋଟ ଛୋଟ ଘଟଣାକୁ ବାଦ୍ ଦେଲେ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଅପରାହ୍ନ ୫ଟା ସୁଦ୍ଧା ହାରାହାରି ୬୨ ପ୍ରତିଶତ ମତଦାନ ହୋଇଛି। ଲୋକସଭା ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ମଧ୍ୟ ବିଧାନସଭା ନିର୍ବାଚନ ହୋଇଥିଲା। ମଣିପୁର ଓ ପଶ୍ଚିମବଙ୍ଗର କିଛି ସ୍ଥାନକୁ ଛାଡ଼ି ଦେଲେ ନିର୍ବାଚନ ବେଶ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କିନ୍ତୁ ୨୦୧୯ ତୁଳନାରେ ୨୦୨୪ ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ହ୍ରାସ ପାଇଛି। ୨୦୧୯ରେ ପ୍ରଥମ ପର୍ଯ୍ୟାୟରେ ୬୯.୪୩% ଭୋଟିଂ ହୋଇଥିଲା। କିନ୍ତୁ ୨୦୨୪ରେ ପ୍ରାୟ ୬୦% ଭୋଟିଂ ହୋଇଛି। ସନ୍ଧ୍ୟା ୬ଟା ସୁଦ୍ଧା ୫୯.୭୧% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଧାର୍ଯ୍ୟ ସମୟ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ଅନେକ ଲୋକ ଭୋଟ ଦେବାକୁ ଲାଇନରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ତେଣୁ ଭୋଟିଂ ହାର ଆଗକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗର କୁଚ୍ଚ ବେହାର ଜିଲ୍ଲା ସିତଲକୁନି ଠାରେ ବିଜେପି ଓ ଟିଏମସି ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି। ତଥାପି ରାଜ୍ୟର ୩ଟି ଆସନ ପାଇଁ ଆଜି ହୋଇଥିବା ନିର୍ବାଚନରେ ସବୁଠାରୁ ଅଧିକ ୭୭.୫୭% ଭୋଟିଂ ହୋଇଛି। ସେହିପରି ମଣିପୁରର ଗୋଟିଏ ପୁଲିଂ ଷ୍ଟେସନରେ ଗୁଳିମାଡ଼ ହୋଇଥିଲେ ହେଁ ଏଠାକାର ୨ଟି ଆସନ ପାଇଁ ଆଜି ହୋଇଥିବା ନିର୍ବାଚନରେ ୬୮.୬୨% ଲୋକ ମତାଧିକାର ସାବ୍ୟସ୍ତ କରିଛନ୍ତି।ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ବିହାରରେ ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି ଆସନ ପାଇଁ ଭୋଟିଂ ହୋଇଛି। କିନ୍ତୁ ଏଠାରେ ଭୋଟିଂ ହାର ସବୁଠାରୁ କମ ରହିଛି। ମାତ୍ର ୪୮.୨୩% ଲୋକ ଭୋଟ ଦେଇଛନ୍ତି। ଏହାବାଦ ଆଣ୍ଡାମାନ ନିକୋବର(୧ ଆସନ)ରେ ୫୬.୮୭%, ଅରୁଣାଚଳ ପ୍ରଦେଶରେ(୨ଟି ଆସନ) ୬୪.୦୭%, ଆସାମରେ(୫) ୭୦.୭୭%, ଛତିଶଗଡ଼ରେ(୧ ଆସନ)୬୩.୪୧%, ଜମ୍ମୁ-କଶ୍ମୀର(୧ ଆସନ)ରେ ୬୫.୦୮%, ଲକ୍ଷଦ୍ୱୀପ(୧), ୫୯.୦୨%, ମଧ୍ୟପ୍ରଦେଶରେ (୬ଟି ଆସନ) ୬୩.୨୫%, ମହାରାଷ୍ଟ୍ରରେ(୫) ୫୪.୮୫%, ମଣିପୁର(୨)ରେ ୬୮.୬୨%, ମେଘାଳୟ(୨)ରେ ୬୯.୯୧%, ମିଜୋରାମ(୧)ରେ ୫୩.୯୬%, ନାଗାଲ୍ୟାଣ୍ଡ(୧)ରେ ୫୬.୧୮%, ପୁଡୁଚେରୀ(୧)ରେ ୭୨.୮୪%, ରାଜସ୍ଥାନ(୧୨)ରେ ୫୦.୨୭%, ସିକ୍କିମ(୧)ରେ ୬୮.୦୬%, ତାମିଲନାଡୁ(୩୯)ରେ ୭୨.୦୯%, ତ୍ରିପୁରା(୧)ରେ ୭୬.୧୦%, ଉତ୍ତର ପ୍ରଦେଶ(୮)ରେ ୫୭.୫୪%, ଉତ୍ତରାଖଣ୍ଡ(୫)ରେ ୫୩.୫୬% ଓ ପଶ୍ଚିମବଙ୍ଗ(୩)ରେ ୭୭.୫୭% ଭୋଟିଂ ହୋଇଛି।

Breaking News