ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସହ ସାମ୍ନାସାମ୍ନି ଲଢ଼େଇ ହେବ। ଓଡ଼ିଆ ଭାଷା, ସଂସ୍କୃତ ଓ ରାଜ୍ୟର ଗର୍ବ ପାଇଁ ଏକାକୀ ଲଢ଼ିବାକୁ ସ୍ଥିର କରିଛୁ। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଆଧାରରେ ଏହି ନିଷ୍ପତ୍ତି ନେଇଛୁ। କୌଣସି ଦ୍ବନ୍ଦ୍ବ ନାହିଁ, ପରସ୍ପର ନିର୍ବାଚନ ଲଢୁଛି। ଓଡ଼ିଶାର ଜନତାଙ୍କ ମଧ୍ୟ ଏ ନେଇ ଦୃଢ଼ ମତ ଥିଲା। ଏହି ମତ ଆଧାରରେ ଆମେ ଆଗକୁ ବଢ଼ିଛୁ, ଆଉ ଦ୍ବନ୍ଦ୍ବ ନାହିଁ ବୋଲି ‘ଇଣ୍ଡିଆ ଟୁଡେ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଅମିତ ଶାହ ପ୍ରକାଶ କରିଛନ୍ତି। ଏହି ଅବସରରେ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ରାଜ୍ୟର ବିକାଶ ପାଇଁ ଦାୟିତ୍ବ ଦେବାକୁ ଓଡ଼ିଶାବାସୀଙ୍କୁ ବିନମ୍ର ଅନୁରୋଧ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁଠି ବିଜୟୀ ହୋଇଛନ୍ତି ସେଠି ବିକାଶ ଦ୍ରୁତ ଗତିରେ ହୋଇଛି। ଓଡ଼ିଶାରେ ବି ବିକାଶ ଦ୍ରୁତ ଗତିର ହେବ ବୋଲି ଅମିତ ଶାହ କହିଛନ୍ତି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..