ରିପୋର୍ଟ କାର୍ଡ / ସମ୍ବଲପୁର
ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ରାଜନୀତି ଓ ସାଧାରଣ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ରଜତ କୁଜୁର | କୁଳପତିଙ୍କ ନିର୍ଦ୍ଦେଶ ମତେ କୁଳ ସଚିବ ତାଙ୍କୁ ନିଲମ୍ବନ କରିଛନ୍ତି। ସହକାରୀ ପ୍ରଫେସର ଡକ୍ଟର ରଜତ କୁଜୁର ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ଓ ସୋଶାଲ ମିଡ଼ିଆରେ ତାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବା ନେଇ ଅଭିଯୋଗ କରିଥିଲେ ନିଜେ ପିଜି କାଉନସିଲ ଅଧ୍ୟକ୍ଷା l ଏହାପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ପରେ ଡକ୍ଟର ରଜତ କୁଜୁରଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବନ କରାଯାଇଛି। ତେବେ ଏହି ନିଲମ୍ବନ ଅବଧି ମଧ୍ୟରେ ବିଶ୍ଵ ବିଦ୍ୟାଳୟର ବିନା ଅନୁମତିରେ ସେ ବିଶ୍ଵ ବିଦ୍ୟାଳୟର ପ୍ରଶାସନିକ ଭବନ, ସ୍ନାତକୋତ୍ତର ବିଭାଗ କିମ୍ବା ଲାଇବ୍ରେରିକୁ ପ୍ରବେଶ କରି ପାରିବେ ନାହିଁ ବୋଲି ନିଲମ୍ବନ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ତେବେ ଏ ସମ୍ପର୍କରେ ସଂପୃକ୍ତ ପ୍ରଫେସର କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….