ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଚଣ୍ଡ ରୌଦ୍ର ପ୍ରବାହରେ କଲବଲ ହେଉଛି ରାଜ୍ୟ |ପ୍ରତେକ ଦିନ ବଢି ଚାଲିଛି ତାତି| ଏହି ସମୟରେ ଦେଖିବାକୁ ମିଳିଛି ଶିମିଳିପାଳ ଅଭୟାରଣ୍ୟରେ ବହୁ ସ୍ଥାନରେ ନିଆଁ ଲାଗିଛି। ଆଜି ଶିମିଳିପାଳ ଅଭୟାରଣ୍ୟର ଉଭୟ ଉତ୍ତର ଓ ଦକ୍ଷିଣରେ ୪୩ଟି ପଏଣ୍ଟରେ ଲାଗିଥିବା ଜଣା ପଡ଼ିଛି। ଉତ୍ତର ଶିମିଳିପାଳର ୧୮ ଟି ପଏଣ୍ଟ ଓ ଦକ୍ଷିଣ ଶିମିଳିପାଳର ୨୫ ଟି ସ୍ଥାନରେ ନିଆଁ ଲାଗିଥିଲା ଏସବୁ ନିଆଁ ମନୁଷ୍ୟ କୃତ ବୋଲି କହିଛନ୍ତି ଶିମିଳିପାଳ ଉପ ନିର୍ଦ୍ଦେଶକ ସମ୍ରାଟ ଗୈଡ଼ା। ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ୨୬ ଜଣିଆ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି। ଶିମିଳିପାଳରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଜଟିଳ ସ୍ଥିତି ଥିବା ବେଳେ ସେ ସବୁକୁ ଆୟତ୍ତ କରାଯାଇଛି ବୋଲି କହିଛନ୍ତି ଶିମିଳିପାଳ ଉପ ନିର୍ଦ୍ଦେଶକ। ତେବେ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ପୂର୍ବରୁ ବିଭିନ୍ନ ସମୟରେ ସଚେତନତା ରାଲି ଓ ୧୦୦ରୁ ଅଧିକ ମିଳିତ ମକଡ୍ରିଲ କରିଛି ବନବିଭାଗ। ଏହା ସହ ପ୍ରତିବିଟରେ ବ୍ଲୟର ମେସିନ ଓ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ବିଭାଗ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..