Report Card Odisha

| Daily Odia News

୨୪ରେ ପ୍ରଚାର କରିବେ ନବୀନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୪ ତାରିଖରେ ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପ୍ରଚାର ଆରମ୍ଭ କରିବେ। ୨୦୧୯ ଭଳି ଏଥର ମଧ୍ୟ ନବୀନ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ନିଜ ପାରମ୍ପରିକ ଆସନ ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି ନବୀନ। ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଯାଇ ପ୍ରଚାର କରିବେ। ତାଙ୍କ ସହ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

Breaking News