Report Card Odisha

| Daily Odia News

ବାତିଲ ହେଲା LLB ପରୀକ୍ଷା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଉଟ୍‌ ଅଫ୍‌ ସିଲାବସ୍‌ ପ୍ରଶ୍ନପତ୍ର ପଡିବାରୁ ତେଜିଲେ ଛାତ୍ରଛାତ୍ରୀ। ଏହି ପ୍ରଶ୍ନପତ୍ରରେ ପରୀକ୍ଷା ଦେବା ସମ୍ଭବ ନୁହେଁ ବୋଲି ଶୁଣାଇବା ପରେ ଶେଷରେ ବାତିଲ ହୋଇଛି LLB ଷଷ୍ଠ ସେମିଷ୍ଟର ପେପର-୧ ପରୀକ୍ଷା । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୮ କଲେଜର ପେପର-୧ ପରୀକ୍ଷା ଆଜି ବାତିଲ ହୋଇଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆଜି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟର ପରୀକ୍ଷା ଥିଲା। ମାତ୍ର ହଲ୍‌ ଭିତରେ ପ୍ରବେଶ ପରେ ଛାତ୍ରଛାତ୍ରୀ ଯାହା ଦେଖିଲେ ସେମାନଙ୍କ ବୁଦ୍ଧି ହଜିଗଲା। କାରଣ ସିଲାବସ୍‌ରୁ ନୁହଁ, ସିଲାବସ୍‌ ବାହାରୁ ଆସିଥିଲା ପ୍ରଶ୍ନ । ବର୍ତ୍ତମାନ ପଢ଼ା ଯାଉଥିବା କୋର୍ସରେ ତାହା ନ ଥିବା ବେଳେ ପୁରୁଣା ପାଠରୁ ପଡ଼ିଛି ପ୍ରଶ୍ନ । ତେଣୁ ସିଲାବସ୍‌ ଅନୁଯାୟୀ ରାତି ଦିନ ପରିଶ୍ରମ ପରେ ଆଉଟ୍‌ ଅଫ୍‌ ସିଲାବସ୍‌ରେ ପରୀକ୍ଷା ଦେବା ସମ୍ଭବପର ନୁହେଁ ବୋଲି ରୋକଠୋକ ଶୁଣାଇ ଦେଲେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ।

 

 

Breaking News