ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ଜିଲ୍ଲା କୁସନପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ। ସ୍ଥାନୀୟ ଏକ ଏସ୍ଏଚ୍ଜିର ଜଣେ କାର୍ଯ୍ୟକର୍ତ୍ତାଙ୍କ ଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସ୍କୁଲ ପରିସରରେ ସଫେଇ ଓ ରାତିରେ ଜଗିବା କାର୍ଯ୍ୟ ବାବଦକୁ ଏହି ଏସ୍ଏଚ୍ଜିକୁ ମିଳିବାକୁ ଥିବା ପ୍ରାପ୍ୟ ସଂପର୍କିତ ଫାଇଲ୍ କାମ କରି ଦେବା ପାଇଁ ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଲାଞ୍ଚ ମାଗିଥିଲେ। ଏନେଇ ସଂପୃକ୍ତ ଏସ୍ଏଚ୍ଜି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲା। ଯୋଜନା ଅନୁଯାୟୀ, ଆଜି ଏସ୍ଏଚ୍ଜିର ଜଣେ କାର୍ଯ୍ୟକର୍ତ୍ତା ପ୍ରଧାନ ଶିକ୍ଷକଙ୍କୁ ଲାଞ୍ଚ ବାବଦକୁ ୧୪ ହଜାର ଟଙ୍କା ଦେଇଥିଲେ। ସେହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ପ୍ରଧାନ ଶିକ୍ଷକଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଲାଞ୍ଚ ନେଇ ଧରାପଡ଼ିବା ପରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..