Report Card Odisha

| Daily Odia News

ନାମାଙ୍କନ ଦାଖଲ କଲେ ତାରା, ପ୍ରଦୀପ୍ତ, ପ୍ରଦୀପ ଓ ମାଳବିକା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୟପୁରରୁ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ୁଥିବା ତାରାପ୍ରସାଦ ବାହିନୀପତି ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ତାରା ବାହିନୀପତି। ତାପୂର୍ବରୁ ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଆଶୀର୍ବାଦ ନେଇ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ତାରା ବାହିନୀପତି। ନାମାଙ୍କନ ଦାଖଲ ବେଳେ ତାଙ୍କ ସହ ଥିଲେ କୋରାପୁଟ କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା। ରଜାନଗର ଛକରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ନାମାଙ୍କନ ଦାଖଲ କରିଥିଲେ ତାରା ବାହିନୀପତି। ନାମାଙ୍କନ ଦାଖଲ ସରିଥିବା ବେଳେ ଆଗକୁ ପ୍ରଚାର ସରଗରମ ହେବ। ଆସନ୍ତା ୩/୪ ତାରିଖରେ ରାୟଗଡ଼ା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ନବରଙ୍ଗପୁରର ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଆଜି ପ୍ରଦୀପ ମାଝୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଅ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଜି ଦିନ ୧୨ଟା ୧ ମିନିଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଦୀପ। ବିନା ଶୋଭାଯାତ୍ରାରେ କେବଳ ନିଜ ସମର୍ଥକଙ୍କ ଗହଣରେ ଆସି ପ୍ରଦୀପ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ପୂର୍ବରୁ ଗତ ୧୮ ତାରିଖ ଦିନ କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ବିଜେଡି ତରଫରୁ ପ୍ରଦୀପ ମାଝୀ ନାମାଙ୍କନ ଦାଖଲ କରିଛନ୍ତି। କଳାହାଣ୍ଡି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମାଳବିକା ଦେଓ। ଭବନୀପାଟଣାରେ ଜିଲ୍ଲାପାଳଙ୍କ ଅଫିସ୍ ରେ ନାମାଙ୍କନ ଦାଖଲ କରିଛନ୍ତି ମାଳବିକା। ମା’ ମାଣୀକେଶ୍ୱରୀ ମନ୍ଦିରରୁ ବିଶାଳ ଶୋଭାଯାତ୍ରାରେ ଆସିଥିଲେ। ତାଙ୍କ ସହ ଭବାନୀପାଟଣା ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାଏକ ବି ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ବିଜେଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ, ଭବାନୀପାଟଣା ବିଜେଡି ବିଧାନସଭା ପ୍ରାର୍ଥୀ ଲଳିତା ନାଏକ ବି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

Breaking News