Report Card Odisha

| Daily Odia News

ଶ୍ରୀମନ୍ଦିରରେ ରକ୍ତ ଛିଟା…..

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା ପଡିଥିବା ଦେଖିବାକୁ ମିଳିଛି | ଏହା ପରେ ଆଜି ସକାଳୁ ମଙ୍ଗଳ ଆଳତୀ ପୂର୍ବରୁ ମହାପ୍ରଭୁଙ୍କର ବଡମହାସ୍ନାନ ହୋଇଛି । ସକାଳ ୫ଟା ୨୧ରେ ସିଂହଦ୍ୱାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିଥିଲେ। କାରଣ ମଙ୍ଗଳ ଆଳତୀ ସମୟରେ କେବଳ ସେବକ, ସେମାନଙ୍କ ଧର୍ମ ପତ୍ନୀ କିମ୍ବା ପରିବାର ସଦସ୍ୟ ଭିତର କାଠ ପର୍ଯ୍ୟନ୍ତ ଯାଇଥାନ୍ତି। ମାତ୍ର ଆଜି ସକାଳୁ ସକାଳୁ ସେବକ ଘରର ଜଣେ ମହିଳା ଶ୍ରୀମନ୍ଦିରରେ ଦୁଆର ନିକଟରେ ହାତ ରଖିଥିବା ବେଳେ ତାଙ୍କ ଆଙ୍ଗୁଠି ଚାପି ହୋଇ ଯାଇଥିଲା। ଫଳରେ ଭିତରକାଠ ପାଖ ଧୁକୁଡି ଦ୍ୱାର ନିକଟରେ ରକ୍ତ ପଡ଼ିଥିଲା। ତେଣୁ ମଙ୍ଗଳ ଆଳତୀ ପୂର୍ବରୁ ନୀତି ଅଟକା ଯାଇ ପ୍ରାୟ ଘଣ୍ଟାଏ କାଳ ମହାପ୍ରଭୁଙ୍କ ବଡ ମହାସ୍ନାନ କରାଯାଇଛି। ଏହି ସମୟରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି। ବଡ଼ ମହାସ୍ନାନ ପରେ ଗଭା ବେଶ ଓ ପରେ ମଙ୍ଗଳ ଅଳତୀ କରାଯିବ । ଆଜି ଶ୍ରୀମନ୍ଦିର ନୀତିକାନ୍ତିରେ ବିଳମ୍ବ ହେବ ବୋଲି ଜଣାଯାଇଛି।

Breaking News