Report Card Odisha

| Daily Odia News

ପୁଣି ନ୍ୟାୟିକ ହେପାଜତକୁ ଗଲେ କେଜ୍ରିୱାଲ ଓ କବିତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତ ମାସରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ବିଆରଏସ ନେତ୍ରୀ କେ କବିତାଙ୍କ ବଢ଼ିଲା ନ୍ୟାୟିକ ହେପାଜତ ଅବଧି | ଦୁହିଁଙ୍କୁ କୋର୍ଟ ପୁଣି ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିବା ଜଣାପଡିଛି। ଉଭୟ କେଜ୍ରିୱାଲ ଏବଂ କବିତା ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛନ୍ତି। ଦୁହିଁଙ୍କୁ ମେ’ ୭ରେ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି | ଅନ୍ୟପକ୍ଷରେ, କେଜ୍ରିୱାଲଙ୍କ ଶର୍କରା ସ୍ତର ୩୨୦ କୁ ବୃଦ୍ଧି ପାଇବା ପରେ ତିହାର ଜେଲରେ ତାଙ୍କୁ ଇନସୁଲିନ୍ ଦିଆଯାଇଥିବା ଜଣାପଡିଛି | ସୂଚନାନୁସାରେ, ଦିଲ୍ଲୀର ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମାର୍ଚ୍ଚ ୨୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଜଣେ ମଧୁମେହ ରୋଗୀ ବୋଲି ତାଙ୍କ ଦଳ ଆପ୍‌ ପକ୍ଷରୁ କୁହାଯାଇଥିଲା। ସେ ଜଣେ ଟାଇପ୍‌-୨ ମଧୁମେହ ରୋଗୀ ହୋଇ ମଧ୍ୟ ତାଙ୍କୁ ଜେଲ୍‌ରେ ଇନ୍‌ସୁଲିନ୍‌ ଦିଆଯାଉନାହିଁ ଓ ଜେଲ୍‌ ଭିତରେ ମାରିବାର ଷଡ଼ଯନ୍ତ୍ର ଚାଲିଛି ବୋଲି ତାଙ୍କ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। କିନ୍ତୁ ଆଜି ତାଙ୍କୁ ଇନ୍ସୁଲିନ ଦିଆଯାଇଥିବା ନେଇ ଖବର ମିଳିଛି |

Breaking News