ରିପୋର୍ଟ କାର୍ଡ / ଗଞ୍ଜାମ
ଆଜି ଖଲ୍ଲିକୋଟରେ ବିଜେପିରେ ହୋଇଛି ମହାମିଶ୍ରଣ। ଶକ୍ତି ପ୍ରଦର୍ଶନ କରିଛି ଦଳ। ବିଜେଡି ଛାଡି ପଦ୍ମ ଧରିଛନ୍ତି ୮ହଜାରରୁ ଅଧିକ କର୍ମୀ।ଖଲ୍ଲିକୋଟ କଞ୍ଚଣା ପଂଚାୟତର ସମିତି ସଭ୍ୟ ଚିତ୍ରସେନ ଘୋଷଙ୍କ ଆହ୍ୱାନରେ ୮ ହଜାରରୁ ଅଧିକ କର୍ମୀଙ୍କ ସହ ୫ଟି ପଂଚାୟତର ସରପଞ୍ଚ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟିପାଳ ସିଂ ତୋମର, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେପି ଆସିକା ଲୋକସଭା ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଓ ଖଲ୍ଲିକୋଟ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ।






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..
ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି…..