ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି-ଛତିଶଗଡ ସୀମାନ୍ତ ଚାଲାନଗୁଡା ନିକଟରେ ଗାଡି ଯାଞ୍ଚ ବେଳେ ୩୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ସୂଚନା ଅନୁସାରେ ଛତିଶଗଡରୁ ମାଲକାନଗିରିକୁ ଆସୁଥିଲା ଏହି ଟଙ୍କା। କାରରେ ବସିଥିବା ଜଣେ ବ୍ୟକ୍ତି ଓ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି ମାଲକାନଗିରି ପୋଲିସ। ଏତେ ପରିମାଣର ଟଙ୍କା କେଉଁଠାରୁ ଆସିଲା ଏବଂ କିଏ ଦେଇଥିଲା ସେ ନେଇ ଖୋଳତାଡ କରୁଛି ପୋଲିସ ।
More Stories
ଏଣିକି ଯୁକ୍ତ ଦୁଇ ପରେ ପଢି ପାରିବେ ବିଏଡ୍…..
୧୦ ଫୁଟ ତଳକୁ ଖସିଲା ବସ୍,ଜଣେ ମୃତ,୬ ଗୁରୁତର……
ଦୁଇ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କଲା ବାପା….