ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବନ୍ଦୀ ଥିବା ମନୀଷ ସିସୋଦିଆଙ୍କ ହେପାଜତ ଅବଧି ବଢ଼ାଇ ଦିଆଯାଇଛି। ରାଉଜ୍ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ’ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଭିଡିଓ କନଫରନେସିଂ ଜରିଆରେ ମନୀଷ ସିସୋଦିଆ କୋର୍ଟ ଶୁଣାଣିରେ ହାଜର ହୋଇଥିଲେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ବୁଧବାର ଦିନ ରାଉସ୍ ଆଭେନ୍ୟୁ କୋର୍ଟରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବର୍ତ୍ତମାନ ଚାର୍ଜ ଫ୍ରେମ ନକରିବାକୁ ସିବିଆଇ ଆବେଦନ କରିଥିଲା। ଏଭଳି ଆବେଦନ ପଛର କାରଣ କ’ଣ ବୋଲି କୋର୍ଟ ଉତ୍ତର ମାଗିବା ସହ ସିସୋଦିଆଙ୍କ ହେପାଜତ ଅବଧି ବଢ଼ାଇ ଦେଇଥିବା ଜଣାପଡ଼ିଛି। ଗତକାଲି ଅର୍ଥାତ୍ ମଙ୍ଗଳବାର କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ମେ’ ୭ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….