ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ମହାରାଷ୍ଟ୍ର ୟବତମାଲରେ କେନ୍ଦ୍ରୀୟମନ୍ତ୍ରୀ ନୀତିନ ଗଡ଼କରୀ ଭାଷଣ ଦେଉଥିବା ସମୟରେ ଅଚାନକ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ମଞ୍ଚରେ ଉପସ୍ଥିତ ଲୋକେ ତାଙ୍କୁ ଟେକି ନେଇ ଚିକିତ୍ସା ଆରମ୍ଭ କରିଥିଲେ। ଗଡ଼କରୀ ୟବତମାଲର ପୁସଦରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ସମୟରେ ଏଭଳି ଅଘଟଣ ଘଟିଛି ସୁରକ୍ଷାକର୍ମୀ ଏବଂ ଉପସ୍ଥିତ ଲୋକେ ତାଙ୍କୁ ଟେକି ନେଇ ତୁରନ୍ତ ପ୍ରାଥମିକ ଚିକିତ୍ସାପରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଗଡ଼କରୀ ନାଗପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ନାଗପୁର ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଏଠାରେ ଗଡ଼କରୀ କଂଗ୍ରେସ ପ୍ରାର୍ଥୀ ବିକାଶ ଠାକରେଙ୍କ ସହିତ ଲଢୁଛନ୍ତି। ଗଡ଼କରୀ ଏହି ଆସନରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….