ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍ସ ଆସନ୍ତା ମେ‘ ୬ରେ ପୁଣି ମହାକାଶକୁ ଯାତ୍ରା କରିବେ। ଏଥିପାଇଁ ସେ ବର୍ତ୍ତମାନ ତାଲିମ ନେଉଛନ୍ତି। ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତାଙ୍କର ଏହା ହେବ ତୃତୀୟ ମହାକାଶ ଯାତ୍ରା। ସୁନିତା ୨୦୦୬ ଡିସେମ୍ବର ୯ରେ ‘ଡିସ୍କଭରୀ’ ମହାକାଶ ଯାନରେ ପ୍ରଥମ ଥର ମହାକାଶ ଯାତ୍ରା କରିଥିଲେ। ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର (ଆଇଏସଏସ)ରେ ମାସାଧିକ କାଳ ଅବସ୍ଥାନ କରିଥିଲେ। ଏହି ସମୟରେ ସେ ଚାରିଥର ଆଇଏସଏସରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ। ପୁଣି ୨୦୧୨ ଜୁଲାଇ ୧୫ରେ ସୁନିତା କାଜାଖ୍ସ୍ତାନର ବୈକାନୁର କସ୍ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ବିତୀୟ ଥର ମହାକାଶ ଯାତ୍ରା କରିଥିଲେ। ଆସନ୍ତା ମେ’ରେ ସୁନିତା ବୋଇଙ୍ଗ୍ କମ୍ପାନୀର ଷ୍ଟାରଲାଇନର ମହାକାଶ ଯାନରେ ଯାତ୍ରା କରିବେ ବୋଲି ନାସା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..