ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶର କନୌଜରୁ ନିର୍ବାଚନ ଲଢ଼ିବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଏଥିପାଇଁ ସେ ଆଜି ନିଜ ପରିବାର ସହ ଆଶି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗୁରୁବାର ପତ୍ନୀ ଡିମ୍ପଲ ଯାଦବ, ଦାଦା ଶିବପାଲ ଯାଦବ ଓ ରାମଗୋପାଳ ଯାଦବଙ୍କ ସହ ଆସି ସେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି। ତେବେ ପୂର୍ବରୁ ଏହି ଆସନ ପାଇଁ ସମାଜବାଦୀ ପାର୍ଟି ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା କରିଥିଲା। ହେଲେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧ ହେବାରୁ, ଶେଷରେ ଏହି ଆସନରୁ ଖୋଦ୍ ଅଖିଳେଶ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି। ନାମାଙ୍କନ ପତ୍ର ଭରିବା ପରେ ଅଖିଳେଶ କହିଛନ୍ତି, ଦ’ଳ, ନେତା, କର୍ମୀ ଏବଂ ସମସ୍ତେ ସମାଜବାଦୀ ପାର୍ଟି ପକ୍ଷରୁ ମୁଁ ଏଠାରୁ ନିର୍ବାଚନ ଲଢ଼ିବା ଉଚିତ୍ ବୋଲି ଚାହୁଁଥିଲେ। ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ମୁଁ ଆଶା କରୁଛି ଯେ ଏଠାରେ ଥିବା ଲୋକଙ୍କ ଠାରୁ ମଧ୍ୟ ମୋତେ ନିଶ୍ଚିତ ଆଶୀର୍ବାଦ ମିଳିବି।’






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..