ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରେଳବାଇ ଏମିତି କିଛି ନିୟମ ପରିବର୍ତ୍ତନ କରିଛି । ପୂର୍ବରୁ ରେଳବାଇ ଆରଏସି ଟିକେଟ କିମ୍ବା ଅନ୍ୟାନ୍ୟ ଓ୍ବେଟିଂ ଟିକେଟ ଓ ବାତିଲ ହେଲେ ସର୍ଭିସ ଚାର୍ଜ ଏବଂ ସୁବିଧା ଶୁଳ୍କ ଆକାରରେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା । ଉଦାହରଣସ୍ବରୂପ ଆପଣ ଯଦି ୧୯୦ ଟଙ୍କାର ଟିକେଟ କିଣିଛନ୍ତି, ଟିକେଟ ଓ୍ବେଟିଂ ରହିଛି, ତେବେ ଆପଣ ଟିକେଟ ବାତିଲ କଲେ ମାତ୍ର ୯୫ ଟଙ୍କା ଫେରସ୍ତ ମିଳୁଥିଲା । ଭାରତୀୟ ରେଳବାଇ ଟିକେଟ ବାତିଲରେ ଏକ ନୂଆ ପରିବର୍ତ୍ତନ କରିଛି, ଯାହା ଯାତ୍ରୀଙ୍କୁ ବହୁତ ସୁବିଧା ଦେଇଛି । ରେଳବାଇ ଜାରି କରିଥିବା ନୂଆ ନିୟମ ଅନୁଯାୟୀ ଯଦି କୌଣସି ଟିକେଟ ୱେଟିଂ କିମ୍ବା ଆରଏସିରେ ଅଛି ତେବେ ସର୍ଭିସ ଚାର୍ଜ ଭାବେ ଅତିରିକ୍ତ ଟଙ୍କା ଆଦାୟ କରାଯିବ ନାହିଁ । କେବଳ ଏକ ସର୍ବନିମ୍ନ ଦେୟ କଟିବ । ନୂଆ ନିୟମ ଅନୁଯାୟୀ, ସାଧାରଣ ଟିକେଟ ପାଇଁ ନିର୍ଦ୍ଧାରିତ ୬୦ ଟଙ୍କା ଏବେ କଟାଯିବ। ସ୍ଲିପରରେ ୧୨୦ ଟଙ୍କା ଓ ତୃତୀୟ ଏସିରେ ୧୮୦ ଟଙ୍କା ଚାର୍ଜ କଟାଯିବ । ଦ୍ବିତୀୟ ଏସି ଟିକେଟ୍ ବାତିଲ କଲେ ୨୦୦ ଟଙ୍କା କଟିଯିବ। ପ୍ରଥମ ଏସିରେ କଟାଯିବ ୨୪୦ ଟଙ୍କା |






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..