Report Card Odisha

| Daily Odia News

ଧର୍ମ ନାଁରେ ଭୋଟ ଦେବାକୁ କହିଲେ ବିଜେପି ସାଂସଦ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଚାଲିଥିବା ବେଳେ ଲୋକଙ୍କୁ ଧର୍ମ ଭିତ୍ତିରେ ଭୋଟ ମାଗିଥିଲେ ବିଜେପି ସାଂସଦ ତଥା ଦକ୍ଷିଣ ବେଙ୍ଗାଲୁରୁର ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟ।ସେ ଗୁରୁବାର ଗୋଟିଏ ଭିଡିଓ ଜାରି କରି କହିଥିଲେ ଯେ ବିଜେପି ପାଖରେ ୮୦% ଲୋକଙ୍କ ସମର୍ଥନ ରହିଛି, କିନ୍ତୁ ଏହା ମଧ୍ୟରୁ ୨୦% ଭୋଟ ଦେଉଛନ୍ତି। କଂଗ୍ରେସକୁ ୨୦% ଲୋକ ସମର୍ଥନ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦% ଭୋଟ ଦେଉଛନ୍ତି। ୨୦୧୯ରେ ଏଠାରେ ୫୩% ଭୋଟ ହୋଇଥିଲା। ଏଥର ଏହା ୭୫% ଭୋଟିଂ ହେବା ଦରକାର ବୋଲି ସେ କହିଥିଲେ। କିନ୍ତୁ ସେ ୮୦ ଓ ୨୦% ଲୋକଙ୍କ କଥା କହି ପରୋକ୍ଷରେ ଦେଶର ହିନ୍ଦୁ ଓ ମୁସଲିମ ଜନସଂଖ୍ୟା ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇ ଭୋଟ ଦେବାକୁ କହିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କର୍ଣ୍ଣାଟକାର ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ଗୋଟିଏ ବିବୃତି ଏକ୍ସରେ ପୋଷ୍ଟ କରିଛନ୍ତି। ତେଜସ୍ୱୀ ଧର୍ମ ନାଁରେ ଭୋଟ ପାଇଁ ପ୍ରାର୍ଥନା କରିଥିବାରୁ ତାଙ୍କ ବିରୋଧରେ ମାମଲା କରାଯାଇଛି। ବେଙ୍ଗାଲୁରୁର ଜୟାନଗର ପୋଲିସ ଷ୍ଟେସନରେ ମାମଲା ହୋଇଥିବା ଅଧିକାରୀ କହିଛନ୍ତି।

 

Breaking News