Report Card Odisha

| Daily Odia News

ନିର୍ବାଚନରେ ଆପ୍‌ର ନେତୃତ୍ବ ନେବେ ସୁନୀତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜେଲ୍‌ରେ ଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେକ୍ରିୱାଲ୍‌ଙ୍କ ପତ୍ନୀ ସୁନିତା ଜେକ୍ରିୱାଲ୍‌ ଙ୍କୁ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ମିଳିଛି ବଡ଼ ଦାୟିତ୍ବ। ଗତ ମାସରେ ଇଣ୍ଡିଆ ବ୍ଲକ୍ ରାଲିରେ ଆଖିଦୃଶିଆ ଭାଷଣ ଦେଇ ରାଜନୈତିକ ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ବର୍ତ୍ତମାନ ଦିଲ୍ଲୀ ତଥା ଅନ୍ୟାନ୍ୟ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ନେତୃତ୍ୱ ନେବେ। ଆପ୍‌ର ପୂର୍ବ ଦିଲ୍ଲୀ ପ୍ରାର୍ଥୀ କୂଲଦୀପ କୁମାରଙ୍କ ସମର୍ଥନରେ ସୁନୀତା କେଜ୍ରିୱାଲ ଆଜି ଦିଲ୍ଲୀରେ ଏକ ମେଗା ରୋଡ୍ ସୋ କରିବେ।“ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ତାଙ୍କ ପାଇଁ ଆଶୀର୍ବାଦ ପାଇବା ଏବଂ ଆପ୍‌ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ପାଇଁ ପ୍ରଚାର କରିବେ। ସେ ଦିଲ୍ଲୀ, ପଞ୍ଜାବ, ଗୁଜୁରାଟ ଏବଂ ହରିଆଣାର ଲୋକଙ୍କଠାରୁ ଆଶୀର୍ବାଦ ଲୋଡିବେ” ବୋଲି ଗତକାଲି ଆପ୍‌ ନେତ୍ରୀ ଅତିଶୀ ଘୋଷଣା କରିଥିଲେ।

 

Breaking News