Report Card Odisha

| Daily Odia News

କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୋହନ ହେମ୍ବ୍ରମ  ଓ ଓ ପତ୍ନୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଟିକେଟ ଦେଇ ଫେରାଇବା ନେବାରୁ କ୍ଷୁବ୍ଧ ହୋଇଛନ୍ତି | ଖାଲି ସେିତିକି ନୁହେଁ, କଂଗ୍ରେସ ଉପରେ ବର୍ଷିବା ସହ ସେ କହିଛନ୍ତି ଯେ, ଏଆଇସିସିର ନିଷ୍ପତ୍ତି ତାଙ୍କୁ ଲଜ୍ଜିତ କରୁଛି। ଟିକେଟ ଦେଇ ପୁଣି କାଟୁଛି ଦଳ। ଯଦି ମୋର ଯୋଗ୍ୟତା ନଥିଲା, କାହିଁକି ଟିକେଟ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ‘୫୦ ହଜାର ସହ ଖର୍ଚ୍ଚ ବାବଦ ୭ ଲକ୍ଷ ଟଙ୍କା ନ ଦେଲେ ନ୍ୟାୟଳୟର ଦ୍ବାରସ୍ଥ ହେବେ ବୋଲି ବି ଧମକ ଦେଇଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସ କେନ୍ଦୁଝରରେ ସାଂସଦ ପ୍ରାର୍ଥୀ ଭାବେ ପ୍ରଥମେ ମୋହନ ହେମ୍ବ୍ରମଙ୍କୁ ସାଂସଦ ପ୍ରାର୍ଥୀ ଘୋଷଣା କରିବା ପରେ ଦଳର ସମସ୍ତ କର୍ମକର୍ତ୍ତୀ ସମୂହ ଇସ୍ତଫା ଦେଇଥିଲେ। କିଛିଦିନ ପରେ ଦଳ ଏଠାରେ ପ୍ରାର୍ଥୀ ବଦଳାଇଥିଲା ଏବଂ ଇଂ. ବିନୋଦ ବିହାରୀ ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ମଙ୍ଗଳବାର କଂଗ୍ରେସର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ଘଟଗାଁ ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଥିଲେ|

Breaking News