ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡିର ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟରେ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲେ। ଆଜି ଏହି ଆବେଦନକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଆବେଦନର ଶୁଣାଣି ମେ’ ୬ରେ ହେବ ବୋଲି ଲେଖାଯାଇଛି। ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ହେମନ୍ତ ସୋରେନ ନିଜ ଆବେଦନରେ ଲେଖିଥିଲେ ଯେ, ନିର୍ବାଚନ ସମୟରେ ପ୍ରଚାର ପାଇଁ ତାଙ୍କୁ ଜେଲରୁ ବାହାରକୁ ଯିବା ଜରୁରୀ। ଝାଡଖଣ୍ଡ ହାଇକୋର୍ଟ ଏହି ଆବେଦନ ଉପରେ ଶୁଣାଣି ନକରି ଫେବ୍ରୁଆରି ୨୮ରୁ ରାୟ ସଂରକ୍ଷିତ ରଖିଛନ୍ତି। ତେଣୁ ମୁଁ ସୁପ୍ରିମକୋର୍ଟ ଆସିଛି। ତାଙ୍କର ଏହି ଆବେଦନର ଶୁଣାଣି କରୁଥିବା ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦିପଙ୍କର ଦତ୍ତାଙ୍କ ଖଣ୍ଡପୀଠ ସୋରେନଙ୍କ ଓକିଲ କପିଲ ସିବଲଙ୍କୁ ଦାବି କ’ଣ ବୋଲି ପଚାରିଥିଲେ। ଉତ୍ତରରେ କପିଲ ସିବଲ ଅନ୍ତରୀଣ ଜାମିନ୍ ଦରକାର ବୋଲି କହିଥିଲେ। ଏହା ଶୁଣିବା ପରେ ମେ’ ୬ରେ ଆଗାମୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଥିବା ବେଳେ ଏହି ସମୟ ମଧ୍ୟରେ ଝାଡଖଣ୍ଡ ହାଇକୋର୍ଟ ଫେବ୍ରୁଆରି ୨୮ରୁ ସଂରକ୍ଷିତ ରଖିଥିବା ରାୟ ଶୁଣାଇବା ଉପରେ ବିଚାର କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..