ରିପୋର୍ଟ କାର୍ଡ / କଟକ
ବଡ଼ମ୍ବାରେ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ରାଲି ବେଳେ ଘଟିଛି ଅଘଟଣ। ଆଜି ବଡ଼ମ୍ବା ଟାଉନ ନିକଟରେ ବିଜେଡି ବିଧାୟକ ଶ୍ରୀ ମିଶ୍ରଙ୍କ ରାଲି ଆୟୋଜିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। ଉକ୍ତ ସମୟରେ ହଠାତ୍ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ରାଲି ଉପରେ ମାଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ତୁରନ୍ତ ସେମାନଙ୍କୁ ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆଲୋକ ରଞ୍ଜନ ନାୟକ ନାମକ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ପୋଲିସ ଜିମା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ,ଟ୍ରକ୍ଟି ନରସିଂହପୁରରୁ ବଡମ୍ବା ଅଭିମୁଖେ ଆସୁଥିଲା । ବଡମ୍ବା ଗାନ୍ଧି ଛକରେ ନିର୍ବାଚନୀ ରାଲି ଯୋଗୁ ବହୁ ଲୋକଙ୍କ ସମାଗମ ହୋଇଥିଲା। ଉକ୍ତ ସମୟରେ ରାସ୍ତା ଉପରେ ବି ବହୁ ଗାଡ଼ି ଅଟକି ରହିଥିଲା। ଫଳରେ ଡ୍ରାଇଭର ଗାଡ଼ି କୁଆଡ଼େ ନେବେ ଜାଣି ନ ପାରି ଭିଡ଼ ଉପରେ ଚଢ଼ାଇ ଦେଇଥିବା କହିଛନ୍ତି।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….