ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପାକିସ୍ତାନୀ ନେତା ପ୍ରଶଂସା କରିବା ପରେ ବିଜେପି ଏହି ଦଳକୁ କଡ଼ା ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କଂଗ୍ରେସ ହେଉଛି ପାକିସ୍ତାନର ପ୍ରଶଂସକ। ଦେଶରେ କଂଗ୍ରେସ ଅସ୍ତ ହେବାକୁ ବସିଛି। ଏହାକୁ ସହ୍ୟ କରିପାରୁ ନାହାନ୍ତି ପାକିସ୍ତାନୀ ନେତା । କାରଣ କଂଗ୍ରେସ ହେଉଛି ପାକିସ୍ତାନର ପ୍ରଶଂସକ। ସୂଚନା ଅନୁସାରେ, ଇମ୍ରାନ୍ ଖାନଙ୍କ ସରକାରରେ ଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି ରାହୁଲଙ୍କୁ ପ୍ରଶଂସା କରିଥିଲେ। ରାହୁଲ ଗାନ୍ଧୀଙ୍କ ଏକ ଭାଷଣର କିଛି ଅଂଶକୁ ପୋଷ୍ଟ କରିବା ସହିତ “ରାହୁଲ ଅନ୍ ଫାୟାର’ ବୋଲି ସେ ଲେଖିଥିଲେ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଗୁଜରାଟର ଆନନ୍ଦରେ ଗୁରୁବାର ଏକ ନିର୍ବାଚନୀ ସଭାରେ ମୋଦୀ ଉଦ୍ବୋଧନ ଦେବା ସମୟରେ କହିଛନ୍ତି, ଦେଶରେ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି। କୌତୁହଳର କଥା ଏପଟେ କଂଗ୍ରେସ ଦୀପ ଲିଭି ଲିଭି ଯାଉଥିବାବେଳେ ସେପଟେ ପାକିସ୍ତାନ କାନ୍ଦୁଛି। ଏବେ ପାକ୍ ନେତାମାନେ କଂଗ୍ରେସ ପାଇଁ ପ୍ରାର୍ଥନା କରୁଛନ୍ତି। ଯୁବରାଜଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ପାକିସ୍ତାନ ବେଶ୍ ଆଗ୍ରହୀ। କାରଣ ଆମେ ସମସ୍ତେ ଜାଣିଛେ ଯେ କଂଗ୍ରେସ ପାକିସ୍ତାନର ଗୋଟିଏ ପ୍ରଶଂସକ। କଂଗ୍ରେସ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରଘଟ ହୋଇସାରିଛି ବୋଲି ମୋଦୀ କହିଛନ୍ତି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……