Report Card Odisha

| Daily Odia News

ଆଜିଠୁ ଓଜେଇଇ ଆରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନିଟ୍‌-ୟୁଜି ପରୀକ୍ଷା ଶେଷ ହେବାପରେ ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ଆରମ୍ଭ ହେଉଛି। ଏହି ପରୀକ୍ଷା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସିବିଟି ମୋଡ୍‌ରେ ଏହି ପରୀକ୍ଷା ‌େ‌ହବ। ପରୀକ୍ଷା ପାଇଁ ମୋଟ ୬୦ଟି ପରୀକ୍ଷା କେନ୍ଦ୍ର ହୋଇଛି। ଓଡ଼ିଶାରେ ୫୭ଟି ପରୀକ୍ଷା କେନ୍ଦ୍ର ଥିବାବେଳେ ଭୁବନେଶ୍ବରରେ ସର୍ବାଧିକ ୧୧ଟି କେନ୍ଦ୍ର ରହିଛି। ରାଜ୍ୟ ବାହାରେ ତିନୋଟି ସହର କଲକାତା, ପାଟଣା, ରାଞ୍ଚିରେ ମୋଟ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା ପାଇଁ ୬୫,୭୪୨ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିଦିନ ତିନୋଟି ସିଫ୍ଟରେ ଦୁଇଘଣ୍ଟା ବ୍ୟବଧାନରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୮ଟା ୩୦ରୁ ୧୦ଟା ୩୦, ଦ୍ୱିତୀୟ ସିଫ୍ଟ ଅପରାହ୍ଣ ୧୨ଟା ୩୦ରୁ ୨ଟା ୩୦ ଏବଂ ତୃତୀୟ ସିଫ୍ଟ ଅପରାହ୍ଣ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ରହିଛି।

 

Breaking News