Report Card Odisha

| Daily Odia News

ଟି-୨୦ ବିଶ୍ଵକପକୁ ଆତଙ୍କବାଦୀ ଧମକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୁରୁଷ ଟି-୨୦ ବିଶ୍ଵକପକୁ ଆତଙ୍କବାଦୀ ଧମକ ମିଳିଛି। ଏହି କ୍ରିକେଟ ମହାକୁମ୍ଭର ସହ-ଆୟୋଜକ ୱେଷ୍ଟଇଣ୍ଡିଜକୁ ଉତ୍ତର ପାକିସ୍ତାନର ଆତଙ୍କବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଛି। ଏହି ଧମକ ପାଇବା ପରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ସତର୍କ ହେବା ସହିତ ବିଶ୍ଵକପ୍‌ ଇଭେଣ୍ଟରେ ଯେପରି କୌଣସି ବାଧା ନ ଉପୁଜେ ସେଥିଲାଗି ନିଜକୁ ପ୍ରସ୍ତୁତ ରଖିଥିବା ସୂଚନା ​‌ଦେଇଛି। ବିଶ୍ଵକପ ପାଇଁ ସମସ୍ତ ପ୍ରକାର ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବା ନେଇ କ୍ରିକେଟ ୱେଷ୍ଟଇଣ୍ଡିଜ (ସିଡବ୍ଲୁଆଇ) ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ସୂଚନା ଅନୁସାରେ, ପ୍ରୋ-ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ)ର ଗଣମାଧ୍ୟମରେ କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକରେ ହିଂସା ସୃଷ୍ଟି କରିବା ନେଇ ପ୍ରଚାର ଅଭିଯାନ କରାଯାଉଛି। ଏଥିରେ ସଂଗଠନର ଆଫଗାନିସ୍ତା-ପାକିସ୍ତାନ ଶାଖା ଆଇଏସ ଖୋରାସନ ଏକ ଭିଡିଓ ବାର୍ତ୍ତା ଶେୟାର କରିଛି। ନିଜ ନିଜ ଦେଶରେ ଆୟୋଜିତ ହେଉଥିବା କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକରେ ହିଂସା ସୃଷ୍ଟି କରିବା ପାଇଁ ସଂଗଠନ ଏହାର ସମର୍ଥକମାନଙ୍କୁ ପ୍ରବର୍ତ୍ତାଉଛି।

Breaking News