ରିପୋର୍ଟ କାର୍ଡ / ଭୁବନେଶ୍ବର
ହରିଆଣା ବିଜେପି ସରକାରରେ ସଙ୍କଟ। ଭାଙ୍ଗିପାରେ ନାୟବ ସିଂହ ସୈନିଙ୍କ ସରକାର। ୩ ସ୍ୱାଧୀନ ବିଧାୟକ ନିଜ ସମର୍ଥନ ଫେରାଇବା ନେବା ପରେ ବିଜେପିର ନମ୍ବର ଗେମ୍ ବିଗିଡି ଯାଇଛି। ଏବେ ବିଜେପି ସମ୍ନାରେ ସରକାର ବଞ୍ଚାଇବା ନେଇ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ସେପଟେ ବିରୋଧୀ ନାୟବ ସରକାରଙ୍କ ଫ୍ଲୋର ଟେଷ୍ଟ ଦାବି କରିଛନ୍ତି। ପ୍ରତି ମୁହୂର୍ତ୍ତ ହରିଆଣା ରାଜନୀତିରେ ନୂଆ ମୋଡ଼ ଆସୁଛି । ଜେଜେପି ନେତା ତଥା ହରିଆଣାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ସିଂହ ଚୌଟାଲା ନାୟବ ସୈନି ସରକାରଙ୍କୁ ହଟାଇବା ପାଇଁ କଂଗ୍ରେସକୁ ଖୋଲା ଅଫର୍ ଦେଇଛନ୍ତି। ଦୁଷ୍ୟନ୍ତ ଚୌଟାଲା କହିଛନ୍ତି, ଯଦି ହରିୟାଣାର ସରକାର ସଂଖ୍ୟା ଗରିଷ୍ଠତା ହରାଇ ବସେ ତେବେ ସେ ସରକାରଙ୍କୁ ହଟାଇବା ପାଇଁ ବାହାରୁ ସମର୍ଥନ କରିବେ। ବିଜେପି ସରକାରକୁ ହଟାଇବା ପାଇଁ କ’ଣ ପଦକ୍ଷେପ ନିଆଯିବ କି ନାହିଁ ତାହା କଂଗ୍ରେସ ଚିନ୍ତା କରିବ। ଆମେ ତାଙ୍କୁ ବାହାରୁ ସମର୍ଥନ ଯୋଗାଇବୁ। ଯେ ପର୍ଯ୍ୟନ୍ତ ହ୍ୱିପ୍ର ଶକ୍ତି ଅଛି, ସେତେ ଯାଏ ସମସ୍ତଙ୍କୁ ହ୍ୱିପ୍ର ନିର୍ଦ୍ଦେଶ ଅନୁଯାୟୀ ଭୋଟ୍ ଦେବାକୁ ପଡିବ। ମଙ୍ଗଳବାର ଠାରୁ ହରିଆଣା ରାଜନୀତିରେ ହଲଚଲ ଜାରି ରହିଛି। ହରିଆଣାର ବିଜେପି ସରକାରଙ୍କ ଉପରେ ଅସନ୍ତୋଷ ହୋଇ ତିନି ସ୍ୱାଧୀନ ବିଧାୟକ ସୋମବୀର ସାଙ୍ଗଓ୍ୱାନ, ରଣଧିର ସିଂହ ଗୋଲନ ଓ ଧର୍ମପାଲ ଗୋନ୍ଦର ନିଜ ସମର୍ଥନ ଫେରାଇ ନେଇଛନ୍ତି। ଏମାନେ କଂଗ୍ରେସକୁ ସମର୍ଥନ ଜଣାଇଛନ୍ତି। ଏହାପରେ ହରିଆଣାର ନାୟବ ସରକାରଙ୍କ ନମ୍ବର ଗେମ୍ ବିଗଡି ଯାଇଛି। ସେପଟେ କଂଗ୍ରେସ ଓ ଜେଜେପି ନାୟବ ସରକାରଙ୍କ ଫ୍ଲୋର ଟେଷ୍ଟ ଦାବି କରିଛି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……