ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି ।ତାମିଲନାଡୁର ଶିବକାଶୀ ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା। ପୋଲିସ ସୂଚନା ମୁତାବକ, ବାଣ କାରଖାନାରେ ବିସ୍ଫୋରଣ ଯୋଗୁ ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେହିପରି ୧୨ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ମୃତକ ଏହି ବାଣ କାରଖାନାରେ କାମ କରୁଥିଲେ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିସ୍ଫୋରଣ ପରେ ପୂରା ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ଏହା ଏକ ଲାଇସେନ୍ସ ପ୍ରାପ୍ତ ବାଣ କାରଖାନା ଥିଲା। ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଛି। ଶ୍ରମିକମାନେ ଏଠାରେ କାମ କରୁଥିବା ବେଳେ ହଠାତ୍ ବିସ୍ପୋରଣ ହୋଇଥିଲା। ତେବେ କେଉଁ କାରଣ ଯୋଗୁ କାରଖାନାରେ ବିସ୍ଫୋରଣ ହୋଇଛି ସେ ନେଇ ସୂଚନା ମିଳିନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରହିଛି। ଶିବକାଶୀ ଭାରତର ବଡ ବାଣ ତିଆରି କାରଖାନା ରୂପେ ଜଣାଶୁଣା।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….