Report Card Odisha

| Daily Odia News

ରାଜଧାନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମେଗା ରୋଡ୍ ଶୋ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜି ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାତି ୮ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ କରିବେ ରୋଡ୍ ସୋ ପ୍ରଧାନମନ୍ତ୍ରୀ । ରାଜ୍ୟ ବିଜେପି କାର୍ଯ୍ୟାଳୟଠାରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ସୋ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ଏଥିପାଇଁ ଟ୍ରାଫିକ୍ କଟକଣା ଜାରି ହୋଇସାରିଛି । ଅପରାହ୍ନ ୨ଟାରୁ ରୋଡ୍ ସୋ ସରିବା ପର୍ଯ୍ୟନ୍ତ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ମୋଦୀଙ୍କ ରୋଡ୍ ସୋ ପାଇଁ ମାଷ୍ଟରକ୍ୟାଣ୍ଟିନଠୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ସିଲ୍ ରହିବ ବୋଲି ସୂଚନା ଦେଇଛି କମିଶନରେଟ୍ ପୋଲିସ । ଏହାସହ ଜନପଥକୁ ସଂଯୋଗ କରୁଥିବା କୌଣସି ଗଳିରୁ ଗାଡି ରାସ୍ତାକୁ ଛଡାଯିବନି ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଅଢେଇ କିଲୋମିଟରର ରୋଡ୍ ଶୋ ଭିତରେ ଝଲସିବ ଓଡିଶା କଳା ଓ ସଂସ୍କୃତି। କୋଣାର୍କ ଚକ୍ର ଓ ଖଣ୍ଡିଗିରି ଐତିହ୍ୟ ପରି ଓଡିଶା କଳା ପରମ୍ପରାରେ ୧୦ ଆଇକନ ୧୦ଟି ସ୍ଥାନରେ ସ୍ଥାନିତ ହେବ। ସ୍ଥାନେ ସ୍ଥାନେ ଓଡ଼ିଶାର ବିଭିନ୍ନ ଲୋକକଳା ମାଧ୍ୟମରେ ମୋଦିଙ୍କୁ ସ୍ୱାଗତ କରାଯିବ।ରୋଡ ଶୋ’ ପରେ ରାଜଭବନରେ ରାତ୍ରୀ ରହଣି କରି ଆସନ୍ତାକାଲି ୩ଟି ସ୍ଥାନରେ ସମାବେଶ କରିବେ ପିଏମ ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ଶୋ’ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ଅପରାହ୍ନ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯିବ। ଜନପଥକୁ ସଂଯୋଗ କରୁଥିବା ସବୁ ଗଳିରୁ ଗାଡ଼ି ରାସ୍ତାକୁ ଛଡ଼ାଯିବ ନାହିଁ। ରୋଡ୍ ଶୋ’ ବେଳେ ରାମ ମନ୍ଦିରରୁ ବାଣୀ ବିହାରକୁ ନୋ ଫ୍ଲାଏ ଜୋନ୍ କରାଯିବ। ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ମୁତୟନ ରହିବେ। ୫ ଜଣ ଡିସିପି, ୧୦ ଜଣ ଅତିରିକ୍ତ ଡିସିପି, ୨୭ ଏସିପି, ୪୧ ଆଇଆଇସି, ୫୫ ପ୍ଲାଟୁନ ଫୋର୍ସ ସହ ୩ ଆଣ୍ଟି ଟେରର ଫୋର୍ସ ବି ମୁତୟନ ରହିବେ।

Breaking News