ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶୁଣାଣି ହେବ | ଅନ୍ତରୀଣ ଜାମିନ ସୁପ୍ରିମକୋର୍ଟ ରାୟ ଦେଇପାରନ୍ତି । ଏହାପୂର୍ବରୁ ଇଡି ଏକ ସତ୍ୟପାଠ ଦାଖଲ କରିଛି । ଯେଉଁଥିରେ କୁହାଯାଇଛି, ପ୍ରଚାର ଏକ ମୌଳିକ ଅଧିକାର ନୁହେଁ । ଏହାକୁ ଅନ୍ତରୀଣ ଜାମିନ ପାଇଁ ଆଧାର କରାଯାଇପାରିବ ନାହିଁ । ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏହି ନେତାଙ୍କୁ ନିର୍ବାଚନ ଆଳରେ ମୁକ୍ତ କରିବାକୁ ଚେଷ୍ଟା କରାଯାଉଛି । ଯଦି ସେ ମୁକ୍ତ ହେବେ ତାହେଲେ ଏହା ଏକ ଭୁଲ ଉଦାହରଣ ସୃଷ୍ଟି କରିବ । ଇଡି ଆହୁରି ମଧ୍ୟ କହିଛି ଯେ ଯଦି ଏହି ଆଧାରରେ ମୁକ୍ତ କରାଯାଏ, ତେବେ ଦେଶରେ ନିର୍ବାଚନ ହେଉଥିବାରୁ ଜଣେ ରାଜନେତାଙ୍କୁ ଗିରଫ କିମ୍ବା ଅଟକ ରଖିବା କଷ୍ଟକର ହେବ ।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….