ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିଆଣାର ହିସାର ଜେଲରେ ଦୁଷ୍କର୍ମ ମାମଲାରେ ୧୪ ବର୍ଷର ଜେଲଦଣ୍ଡ ଭୋଗୁଥିବା ଜଲେବୀ ବାବାଙ୍କର ମୃତ୍ୟୁ ହୋଇଛି। ସେ ହିସାରର ସେଣ୍ଟ୍ରାଲ ଜେଲ-୨ରେ ରହୁଥିଲା। ସେ ଜେଲ ଭିତରେ ଥିବା ବେଳେ ହୃଦଘାତରେ ଶିକାର ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି। ଜଲେବୀ ବାବା ୧୨୦ରୁ ଅଧିକ ମହିଳା, ଯୁବତୀ ଓ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ପ୍ରଥମେ ସେ ପୀଡ଼ିତାମାନଙ୍କୁ ଚା’ରେ ନିଶା ଦେଇ ଚେତାଶୂନ୍ୟ କରାଉଥିଲା। ଏହାପରେ ସେମାନଙ୍କର ଅଶ୍ଳୀଳ ଭିଡିଓ ତିଆରି କରି ସେମାନଙ୍କୁ ବ୍ଲାକମେଲ କରୁଥିଲା। ବ୍ଲାକମେଲିଂ କରି ସେ ସମସ୍ତଙ୍କୁ ଦୁଷ୍କର୍ମ କରି ଚାଲିଥିଲା। ଜଲେବୀ ବାବାର ପ୍ରକୃତ ନାଁ ଅମର ପୁରୀ। ପ୍ରଥମେ ସେ ଜାଲେବୀ ବିକ୍ରି କରୁଥିଲା। ସମୟକ୍ରମେ ସେ ନିଜକୁ ଜଣେ ଆତ୍ମଘୋଷିତ ବାବର ପରିଚୟ ଦେଇଥିଲା। ଏହାପରେ ତନ୍ତ୍ର-ମନ୍ତ୍ର ନାଁରେ ମହିଳାମାନଙ୍କୁ ଦୁଷ୍କର୍ମ କରୁଥିଲା। ଜଲେବୀ ବାବା ମହିଳାମାନଙ୍କୁ ଚା’ରେ ନିଶା ଦେଇ ଚେତାଶୂନ୍ୟ କରିଥାଏ। ତା’ପରେ ସେମାନଙ୍କୁ ଦୁଷ୍କର୍ମ କରୁଥିଲା ଓ ଏହାର ଭିଡିଓ ତିଆରି କରି ପରବର୍ତ୍ତୀ ସମୟରେ ସେମାନଙ୍କୁ ବ୍ଲାକମେଲ କରୁଥାଏ। ଜଲେବୀ ବାବା କେଳେଙ୍କାରୀ ୨୦୧୮ରେ ସାମ୍ନାକୁ ଆସିଥିଲେ। ୨୦୧୮ରେ ଗୋଟିଏ ଭିଡିଓ ଭାଇରାଲ ହେବାରୁ ପୂରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ଭିଡିଓ ଆଧାରରେ ପୋଲିସ ଗୋଟିଏ ମାମଲା ରୁଜୁ କରିଥିଲା। ୨୦୨୦ରେ ତା’ ବିରୋଧରେ ଚାର୍ଜଶିଟ ଦାଖଲ କରି ତାକୁ ଗିରଫ କରିଥିଲା। ତଦନ୍ତ ବେଳେ ପୋଲିସ ଆଶ୍ରମରୁ ଅନେକ ଆପତ୍ତିଜନକ ଭିଡିଓ ପାଇଥିଲା। ଏହା ବ୍ୟତୀତ ସୋଶାଲ ମିଡିଆରେ ଅନେକ ଭାଇରାଲ ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା। ଅନେକ ଲୋକ ମଧ୍ୟ ଏହାକୁ ବିରୋଧ କରିଥିଲେ। ଜଲେବୀ ବାବା ପଞ୍ଜାବର ମାନସାର ମୂଳବାସିନ୍ଦା । ଚାକିରି ଅନ୍ୱେଷଣରେ ସେ ହରିଆଣାର ତୋହାନା ସହରକୁ ଆସିଥିଲା। ଚାକିରି ନ ମିଳିବାରୁ ସେ ରାସ୍ତାରେ ଠେଲା ଲଗାଇ ଜଲେବୀ ବିକିବାର ଆରମ୍ଭ କରିଥିଲା। ଦିନକୁ ଦିନ ଠେଲାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଲୋକମାନେ ତା’କୁ ଚିହ୍ନିବା ଆରମ୍ଭ କରିଥିଲେ। ବିଲ୍ଲୁର ଜଲେବୀ ନାମରେ ବେଶ ପ୍ରସିଦ୍ଧ ହୋଇଥିଲା। ଜଣେ ବାବାଙ୍କୁ ଭେଟିବା ପରେ ସେ ଗୋଟିଏ ଆଶ୍ରମ ନିର୍ମାଣ କରିଥିଲା। ଏହାପରେ ସେ ବିଲ୍ଲୁ ଠେଲା ବାଲାରୁ ଜଲେବୀ ବାବା ହୋଇ ଯାଇଥିଲା। ଆଶ୍ରମ ଖୋଲିବା ପରେ ମହିଳାମାନେ ଆସୁଥିଲେ। ଜେଲବୀ ବାବା ସେମାନଙ୍କ ସମସ୍ୟା ଶୁଣୁଥିଲା। ପରେ ସେ ମହିଳାମାନଙ୍କୁ ନିଶା ଦେଇ ଦୁଷ୍କର୍ମ କରୁଥିଲା ଓ ଭିଡିଓ ତିଆରି କରି ସେମାନଙ୍କୁ ବ୍ଲାକମେଲ କରୁଥିଲା।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..