ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ ବେଳେ ବର୍ଣ୍ଣ ବୈଷମ୍ୟ ଉପରେ ବିବାଦୀୟ ବୟାନ ଦେଇ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା ଇସ୍ତଫା ଦେବା ପରେ ଏବେ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ଏକ ବୟାନକୁ ନେଇ ବିବାଦ ଦେଖା ଦେଇଛି। ସେ କହିଛନ୍ତି, ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି । ତେଣୁ ଭାରତ ପାକିସ୍ତାନକୁ ସମ୍ମାନ ଦେବା କଥା। ଭାରତ ନିଜ ପଡ଼ୋଶୀ ଦେଶକୁ ସମ୍ମାନ ନ ଦେଲେ ଅପର ପାର୍ଶ୍ୱରୁ ପରମାଣୁ ବୋମା ହମଲା ହେବାର ଭୟ ରହିଛି।ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ଆମେ ତାଙ୍କ ସହ କୌଣସି ପ୍ରକାର ବାର୍ତ୍ତାଳାପ କରିବୁନି ବୋଲି ବିଜେପି ସରକାର କହୁଛି। କିନ୍ତୁ ଏହା ଭୁଲିଯିବା ଉଚିତ ନୁହେଁ ଯେ ଆତଙ୍କବାଦକୁ ସମୂଳେ ବିନାଶ କରିବାକୁ ଆଲୋଚନା ନିହାତି ଜରୁରୀ। ନଚେତ ପାକିସ୍ତାନ ଭାବିବ ଭାରତ ଅହଙ୍କାରରେ ଅନ୍ଧ ହୋଇ ଆଲୋଚନା ପାଇଁ ରାଜି ହେଉନି। ଏପରି ସ୍ଥିତିରେ ପାକିସ୍ତାନ ପରମାଣୁ ବୋମା ପକାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ମଣିଶଙ୍କର ଆୟାର କହିଛନ୍ତି, ଆମେ ସେମାନଙ୍କୁ ସମକକ୍ଷ ଭାବିଲେ ସେମାନଙ୍କ ସମ୍ମାନ କଲେ ଓ ଆଲୋଚନା ପାଇଁ ପ୍ରସ୍ତୁତ ହେଲେ ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ବିବାଦର ସମାଧାନର ବାଟ ଫିଟି ପାରିବ । ନଚେତ କିଛି ବି ଘଟିପାରେ। କାରଣ ବନ୍ଧୁକ ଧରି ଆପଣ ସ୍ଥିତିରେ ସୁଧାର ଆଣି ପାରିବେନି। ପୂର୍ବରୁ ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି କିନ୍ତୁ ଶାନ୍ତିର ବାଟ ଖୋଜି ବାହାର କରିଥିଲେ। ଆଜିକାଲି ପାକିସ୍ତାନ ସହ ଆଲୋଚନା ପାଇଁ ବାତାବରଣ ଠିକ୍ ଥିବା ବେଳେ ମୋଦି କିନ୍ତୁ ଯୁଦ୍ଧର ରାସ୍ତା ଖୋଜୁଛନ୍ତି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..