Report Card Odisha

| Daily Odia News

ଅକ୍ଷୟ ତୃତୀୟା ଅବସରର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇ କହିଛନ୍ତି, ସମସ୍ତ ପରିବାର ସଦସ୍ୟଙ୍କୁ ଶୁଭେଚ୍ଛା। ପରୋପକାର ପାଇଁ ପ୍ରେରଣା ଯୋଗାଉଛି ଏହି ପର୍ବ । ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଓ ଉତ୍ସାହ ଆଣିଦେଉ,ଏହା ହିଁ କାମନା। ଓଡ଼ିଶା ଏବଂ ଓଡ଼ିଆ ସଂସ୍କୃତି ପାଇଁ ଅକ୍ଷୟ ତୃତୀୟା ଏକ ସ୍ୱତନ୍ତ୍ର ଦିନ। ଏହି ଦିନରେ ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହୋଇଥାଏ। ଅଖି ମୁଠି ଅନୁକୂଳ ସହ ଅତି ନିବିଡ଼ ଭାବେ ଜଡ଼ିତ ଏହି ବିଶେଷ ଦିନରେ ଚାଷୀମାନେ ବିହନ ବୁଣିବା ଆରମ୍ଭ କରିଥା’ନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସବୁବେଳେ ଆମ ସମସ୍ତଙ୍କ ଉପରେ ରହିଥାଉ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀଭାଇମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଚଳିତ ବର୍ଷ ଭଲ ଫସଲ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଉ।

 

Breaking News