ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବେଗୁନିଆରେ ବିଜେଡିର ନିର୍ବାଚନୀ ପ୍ରଚାର ସଭାରେ ଉପସ୍ଥିତ ଲୋକଙ୍କଠାରେ ଥିବା ମାଇକ୍ କୁ ବନ୍ଦ କରିବାକୁ ଭି.କେ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି | ସଭା ଆୟୋଜନ ହୋଇଥିଲା ବେଗୁନିଆର ଷ୍ଟାଡିୟମ ପରିସରରେ। ଭୁବନେଶ୍ୱର ଲୋକସଭାରୁ ବିଜେଡିର ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ ଭି.କେ ପାଣ୍ଡିଆନ। ସେ ଭାଷଣ ଦେବା ବେଳେ ବିଜେଡି ସରକାରର ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ କରିଥିଲେ। ତା’ସହିତ ସେ ବର୍ତ୍ତମାନର ଭୁବନେଶ୍ୱର ସାଂସଦ ତଥା ପୁନର୍ବାର ବିଜେପିରୁ ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ସମାଲୋଚନା କରିଥିଲେ। ଗତ ୫ ବର୍ଷରେ ସେ କିଛି କାମ କରି ନାହାନ୍ତି ତଥା ତାଙ୍କର ଦେଖା ମିଳି ନାହିଁ ବୋଲି କହିଥିଲେ। ତା’ ମଧ୍ୟରେ ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ ଯେ ସାଂସଦ ଜଣଙ୍କୁ ଆଶୀର୍ବାଦ କରି ୫ ବର୍ଷ ଆଗରୁ ପଠାଇଥିଲେ। ସେ ଆପଣମାନଙ୍କ ପାଇଁ କିଛି କରିଛନ୍ତି କି | ଏହାର ଜବାବରେ ପୂର୍ବରୁ ମାଇକ ଧରି ସଭାରେ ଉପସ୍ଥିତ ଥିବା ତାଙ୍କର ଦଳୀୟ କର୍ମୀ ତଥା ସମର୍ଥକ ମାନେ ‘ହଁ’ ବୋଲି କହିଥିଲେ। ଭି.କେ ପାଣ୍ଡିଆନଙ୍କ ମୁହଁରୁ ହସ ବାହାରି ଆସିଥିଲା। ଏହା ପରେ ଶ୍ରୀ ପାଣ୍ଡିଆନ ଆଉ ଏକ ପ୍ରଶ୍ନ କରିଥିଲେ। ସେ କହିଥିଲେ- ଏଠାରେ ଯୁବକଯୁବତୀମାନେ ମଧ୍ୟ ଅଛନ୍ତି। ସେମାନେ ରୋଜଗାର ପାଇଥା’ନ୍ତେ। ଇଏ କିଛି କଲେ କି | ପୁଣି ଉତ୍ତର ଆସିଥିଲା ହଁ। ତା’ପରେ ପାଣ୍ଡିଆ କହିଥିଲେ- ସେ ମାଇକଟା ବନ୍ଦ କରି ଦେବେ। ଯିଏ ବି ମାଇକରେ ଅଛନ୍ତି ବନ୍ଦ କରି ଦେବେ। ଏହା ପରେ ସେ ସାଂସଦ ଅପରାଜିତା ଷଡ଼ଙ୍ଗୀ କିଛି କରି ନାହାନ୍ତି ବୋଲି କହି ସମାଲୋଚନା କରିଥିଲେ। ବେଗୁନିଆ ସଭାରେ ଭି.କେ ପାଣ୍ଡିଆ ଅପଦସ୍ତ ହେବା ପରେ ବଦଳି ଯାଇଥିଲା ଟାଙ୍ଗୀ ସଭାର ବ୍ୟବସ୍ଥା। ଟାଙ୍ଗୀ ସଭାରେ କାହାକୁ ମାଇକ ଦିଆଯାଇ ନଥିଲା କି ସେ କାହାକୁ ପ୍ରଶ୍ନ କରି ନଥିଲେ। ଯାହା କହିବା କଥା ନିଜେ କହିଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି |






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….