ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଡିର ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଅନ୍ତରୀଣ ଜାମିନ ମିଳିଛି। କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ଆପ୍ ଉତ୍ସାହିତ ହୋଇପଡ଼ିଛି। ଏପରି ଜାମିନ କୌଣସି ଚତ୍ମକାର ଠାକୁ କମ ନୁହେଁ ବୋଲି ଆପ ନେତା ସୌରଭ ଭରଦ୍ୱାଜ ମଧ୍ୟ କହିଛନ୍ତି। ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଥିବାରୁ କେଜ୍ରିୱାଲ ଦେଶରେ ଚାଲିଥିବା ଲୋକସଭା ନିର୍ବାଚନରେ ପ୍ରଚାର କରିପାରିବେ। କିନ୍ତୁ ତାଙ୍କ ଅନ୍ତରୀଣ ଜାମିନ ଅବଧି ଜୁନ ୧ ଯାଏ ଥିବାରୁ ସେ ପରଦିନ ଅର୍ଥାତ ୨ ତାରିଖରେ ଆତ୍ମସମର୍ପଣ କରିବେ। ଦେଶରେ ଲୋକସଭା ନିର୍ବାଚନର ରେଜଲ୍ଟ ୪ ତାରିଖରେ ଘୋଷଣା ହେବ। କେଜ୍ରିୱାଲ ଜାମିନ ପାଇଥିଲେ ହେଁ ମୁଖ୍ୟମନ୍ତ୍ରୀ ଅଫିସକୁ ଯାଇ ପାରିବେ ନାହିଁ। ସେହିପରି ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ବିନା ଅନୁମତିରେ ସେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିପାରିବେ ନାହିଁ। ସେ ଅବକାରୀ ନୀତି କିମ୍ବା ତାଙ୍କ ବିରୋଧରେ ଥିବା ଚାର୍ଜ ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……