ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରର ୧୨ ଜଣ ନକ୍ସଲଙ୍କର ମତ୍ୟୁ ହୋଇଛି। ପ୍ରଥମେ ୮ ଜଣ ନକ୍ସଲ ନିହତ ହୋଇଥିବା ଖବର ମିଳିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ଯେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ୧୨ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସେ ସୂଚନା ଦେଇଛନ୍ତି। ବିଜାପୁର ଜିଲ୍ଲା ଗାଙ୍ଗାଲୁର ପୋଲିସ ଷ୍ଟେସନ ଅଧୀନରେ ଥିବା ପିଡ଼ିଆ ଗାଁ ପାଖରେ ଥିବା ଜଙ୍ଗଲରେ ସୁରକ୍ଷାକର୍ମୀମାନେ ନକ୍ସଲ ବିରୋଧୀ ଅପରେସନ କରୁଥିଲେ। ଏଠାରେ ୩୦ରୁ ୪୦ ଜଣ ନକ୍ସଲ ଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ସେମାନେ ସେଠାରେ କିଛି ଦିନ ହେବ କ୍ୟାମ୍ପ କରି ରହିଥିଲେ। ଖବର ପାଇବା ପରେ ସୁକମା, ଦାନ୍ତେୱାଡା ଓ ବିଜାପୁର ଭଳି ତିନି ଜିଲ୍ଲାର ପୋଲିସ ସହିତ CRPFର କୋବ୍ରା ଯବାନମାନେ ମିଳିତ ଭାବେ ଏହି ବଡ଼ ଧରଣର ଅପରେସନ କରିଥିଲେ। ବସ୍ତର ପୋଲିସ ଆଇଜି ସୁନ୍ଦରରାଜ ପି. ଙ୍କ ନେତୃତ୍ୱରେ ଏହି ଅପରେସନ ହୋଇଥିଲା। ସେହିଭଳି ତିନି ଜିଲ୍ଲାର SPଙ୍କ ସମେତ ବସ୍ତର DIG ଏହି ଅପରେସନ ଉପରେ ନଜର ରଖିଥିଲେ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାରେ ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..