Report Card Odisha

| Daily Odia News

ଆଜି ବଲାଙ୍ଗୀର-କଣ୍ଟାବାଞ୍ଜି-ବରଗଡ଼ ବାସୀଙ୍କୁ ସମ୍ବୋଧନ କରିବେ ନବୀନ…..

ରିପୋର୍ଟ କାର୍ଡ / ବଲାଙ୍ଗୀର/କଣ୍ଟାବାଞ୍ଜି/ବରଗଡ଼

ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳୁ ବାହାରି ପ୍ରଥମେ କଳାହାଣ୍ଡି ଜିଲ୍ଲା ଗସ୍ତ ପରେ ସକାଳ ୧୧ଟାରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ସିନ୍ଧେକେଲା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇ ଜନସଭାରେ ଯୋଗଦେବେ। ସେହିପରି ସକାଳ ୧୧.୫୫ ମିନିଟ୍‌ରେ ନିର୍ବାଚନମଣ୍ଡଳୀର ମୁରିବାହାଲ ବ୍ଲକ୍‌ ଅନ୍ତର୍ଗତ ଗଁରେଇ ଗାଁ ଖେଳପଡ଼ିଆରେ ହେବାକୁଥିବା ଜନସଭାକୁ ସମ୍ବୋଧନ କରିବେ। ପରେ ବଲାଙ୍ଗୀର ନିର୍ବାଚନମଣ୍ଡଳୀରେ ଦିନ ୧୨.୫୦ରେ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସାରି ବଲାଙ୍ଗୀର ସର୍କିଟ୍‌ ହାଉସକୁ ଯିବେ। ଏହାପରେ କୋଶଳ କଳାମଣ୍ଡଳଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ଶିବିର ଚଳଚଞ୍ଚଳ ହୋଇଉଠିଛି। ସେହିଭଳି ମୁଖ୍ୟମନ୍ତ୍ରୀ ଅପରାହ୍ଣ ୪ଟାରେ ବରଗଡ଼ ପହଞ୍ଚିବେ। ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଜନସାଧାରଣଙ୍କୁ ସମ୍ବୋଧନ କରି ବରଗଡ଼ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଆଶୀର୍ବାଦ କାମନା କରିବେ। ବିଭିନ୍ନ ଦଳର ଷ୍ଟାର୍ ପ୍ରଚାରକଙ୍କ ପ୍ରଚାରରେ ବରଗଡ଼ କମ୍ପୁଛି। ଗତ ବୁଧବାର ଭି. କେ ପାଣ୍ଡିଆନ୍ ବରଗଡ଼ରେ ରୋଡ୍‌ ସୋ କରିଥିଲେ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ପ୍ରଚାର କରି ଫେରିଛନ୍ତି।

Breaking News