Report Card Odisha

| Daily Odia News

ଆଫ୍‌ଗାନିସ୍ତାନରେ ବନ୍ୟା, ୩୦୦ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫ୍‌ଗାନିସ୍ତାନର ବାଘ୍‌ଲାନ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୩୦୦ ଲୋକଙ୍କର ପ୍ରାଣହାନି ଘଟିଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ବନ୍ୟାରେ ସହସ୍ରାଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଛି। ଅଧିକାଂଶ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ପହଞ୍ଚାଇବା କଷ୍ଟସାଧ୍ୟ ହୋଇପଡୁଥିବା କୁହାଯାଇଛି। ଶତାଧିକ ଲୋକ ନିଖୋଜ ଥିବାବେଳେ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ଆଫ୍‌ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାରଙ୍କ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ କହିଛନ୍ତି। ପ୍ରବଳ ବର୍ଷାରେ ବଦାଖ୍‌ସାନ୍‌, ଘୋର୍‌ ଏବଂ ହେରାତ୍‌ ପ୍ରଦେଶରେ ମଧ୍ୟ ଧନଜୀବନର କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ଆଫଗାନିସ୍ତାନରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଥିବାରୁ ଜାତିସଂଘ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏଭଳି ସଙ୍କଟ ସମୟରେ ଆଫଗାନିସ୍ତାନକୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ଜାତିସଂଘ ପକ୍ଷରୁ ବିଭିନ୍ନ ରାଷ୍ଟ୍ରକୁ ଅନୁରୋଧ କରାଯାଇଛି। ଇତିମଧ୍ୟରେ ଆଫଗାନିସ୍ତାନକୁ ସହାୟତା ଯୋଗାଇବା ପାଇଁ ଭାରତ ଚିନ୍ତା କରୁଥିବା ଜଣାପଡ଼ିଛି।

Breaking News