Report Card Odisha

| Daily Odia News

ଅଲ୍ଲୁ ଅର୍ଜୁନଙ୍କ ନାମରେ ଅପରାଧିକ ମାମଲା ରୁଜୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ତାଙ୍କୁ ଦେଖିବାକୁ ଚାହିଁରହିଥାନ୍ତି । ଏମିତି ହିଁ କିଛି ଘଟିଛି, ଯେତେବେଳେ ସେ ତାଙ୍କ ଘନିଷ୍ଠ ବନ୍ଧୁ ତଥା ଓ୍ବାଇଏସଆରସିପି ବିଧାୟକ ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ପାଇଁ ପ୍ରଚାର କରିବାକୁ ନନ୍ଦୟାଲରେ ପହଞ୍ଚିଥିଲେ। ତାଙ୍କର ଗୋଟିଏ ଝଲକ୍ ପାଇବା ପାଇଁ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହାକୁ ନେଇ ଅଭିନେତାଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ ପ୍ରଶଂସକ ଏବଂ ସମର୍ଥକ ରବି ଚନ୍ଦ୍ରଙ୍କ ବାସଭବନକୁ ଆସିଥିଲେ। ଏହାଦ୍ୱାରା ବ୍ୟାପକ ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା, ଯେଉଁଥିପାଇଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଲ୍ଲୁ ଅର୍ଜୁନ ଓ ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ଟିମ୍‌ ଦ୍ଵାରା କୌଣସି ଅନୁମତି ନିଆଯାଇ ନଥିଲା, ଏହି କାରଣରୁ ଅଲ୍ଲୁ ଅର୍ଜୁନ ଓ ରବି ଚନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଲ୍ଲୁ ଅର୍ଜୁନଙ୍କ ସହ ତାଙ୍କ ପତ୍ନୀ ସ୍ନେହା ମଧ୍ୟ ସେଠାରେ ଥିଲେ। ଅଭିନେତା ତାଙ୍କ ବନ୍ଧୁ ପାଇଁ ପ୍ରଚାର କରୁଥିବା ଦେଖି ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ହୋଇଥିଲେ। ଭିଡ଼ ଅନିୟନ୍ତ୍ରିତ ହେବାରୁ ମାମଲା ରୁଜୁ କରାଯାଇଛି। ତେବେ ଏ ସମ୍ବନ୍ଧୀୟ ଅଧିକ ସୂଚନା ମିଳିପାରି ନାହିଁ।

Breaking News