ରିପୋର୍ଟ କାର୍ଡ / ଗଞ୍ଜାମ
ଗଞ୍ଜାମ ଜିଲ୍ଲାର ଚିକିଟିର କଳବାଡ଼ ପଞ୍ଚାୟତ ନୂଆ ମହିଷାଣପୁରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି | ବିଜେଡି ବିଜେପି ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ଏଜେଣ୍ଟଙ୍କୁ ବୁଥ ଭିତରକୁ ବିଜେଡି ସମର୍ଥିତ ଲୋକେ ପ୍ରବେଶ କରେଇ ଦେଉ ନଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଠେଙ୍ଗା ଆକ୍ରମଣରେ ଦୁଇ ଜଣକ ମୁଣ୍ଡ ଫାଟିଛି। ଘଟଣାସ୍ଥଳରେ ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଉପସ୍ଥିତ ଅଛନ୍ତି । ବହୁ ସମୟ ପର୍ଯ୍ୟନ୍ତ ବୁଥରେ ବିଜେପିର ଏଜେଣ୍ଟ ନଥିବା କୁହାଯାଉଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..