Report Card Odisha

| Daily Odia News

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬% ମତଦାନ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ମତଦାନ ହୋଇଥିଲା | ଅପରାହ୍‌ଣ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ‌ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ସୂତ୍ରରୁ ଏହି ସୂଚନା ମିଳିଛି। ‌ଏପର୍ଯ୍ୟନ୍ତ ନବରଂଗପୁରରେ ସର୍ବାଧିକ ଓ ବ୍ରହ୍ମପୁରରେ ସବୁଠାରୁ କମ ୫୮ ପ୍ରତିଶତ ମତଦାନ ହୋଇଛି। ଜୟପୁର:୬୬.୫୮%
କୋରାପୁଟ:୫୫.୩୫%
ଲଷ୍ମୀପୂର :୫୮.୬୬%
ପଟାଙ୍ଗୀ :୫୮.୫୦%
ରାୟଗଡା:୬୩.୨୦%
କୋଟପାଡ଼ :୬୫.୬୭%(ନବରଙ୍ଗପୁର ଲୋକସଭା )
ବିଷମ କଟକ : ୬୭.୯୯%
ଗୁଣୁପୁର :୫୭ .୪୪%
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ନବରଂଗପୁର ଲୋକସଭା ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ନବରଂଗପୁରରେ ୬୮.୮୪ ପ୍ରତିଶତ, କଳାହାଣ୍ଡିରେ ୬୭.୩୭ ୯%, କେରାପୁଟରେ ୬୧.୨୨% ମତଦାନ ହୋଇଛି। ସେହିପରି ନୂଆପଡ଼ାରେ ୬୬.୩୫, ଗଜପତିରେ ୬୩.୭୧ ରାୟଗଡ଼ାରେ ୬୨.୯୬ ପ୍ରତିଶତ ମତଦାନ ହୋଇଛି।

Breaking News