ରିପୋର୍ଟ କାର୍ଡ / ବ୍ରହ୍ମପୁର
ମତଦାନର ସଂଧ୍ୟାରେ ଗୋସାଇଁ ନୂଆଗାଁ ଅଞ୍ଚଳରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବ୍ରହ୍ମପୁର ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାଶଙ୍କ(ପିଣ୍ଟୁ) ମୁହାଁମୁହଁ ହୋଇଥିଲେ। ଏଥିରେ ପ୍ରଦୀପ ଆହତ ହେବା ସହ ଏମ୍କେସିଜି ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ପିଣ୍ଟୁଙ୍କୁ ପୋଲିସ ଅଟକ ରଖିଛି। କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଏଭଳି ଠେଲାପେଲା ହୋଇଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପିଣ୍ଟୁଙ୍କ ବହୁ ସମର୍ଥକ ଗୋସାଇଁ ନୂଆଗାଁ ଥାନା ଆଗରେ ରୁଣ୍ଡ ହୋଇଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋସାଇଁ ନୂଆଗାଁ ଥାନା ଫାଟକକୁ ବନ୍ଦ କରିଦିଆଯାଇଛି। ଆଜି ତାଙ୍କୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପଞ୍ଜରା ହାଡ ଏବଂ ଫୁସଫୁସରେ ତାଙ୍କର ଆଘାତ ଲାଗିଛି। ତେଣୁ ଅଧିକ ଚିକତ୍ସା ପାଇଁ ତାଙ୍କୁ ସ୍ଥାନାନ୍ତର କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମର ଚିକିଟି, ବ୍ରହ୍ମପୁର ଓ ଗୋପାଳପୁର ଏବଂ ନବରଙ୍ଗପୁରର ଝରିଗାଁର ବିଭିନ୍ନ ବୁଥରେ ମୁହାଁମୁହିଁ ହୋଇ ଏବଂ ହାତାହାତି ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….