Report Card Odisha

| Daily Odia News

ଧର୍ମେନ୍ଦ୍ର ପ୍ରଧାନ ମିଛ କହିଛନ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦୁଇଟି ମିଛ କହିଛନ୍ତି। ଠାକୁରଙ୍କ କାମରେ ଏଭଳି ଡାହା ମିଛ ନକହିଲେ ଭଲ ହେବ ବୋଲି କହିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏକ ଭିଡିଓ ଜାରି କରି ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ପ୍ରଥମେ ଶ୍ରୀ ପ୍ରଧାନ କହିଥିଲେ ନବକଳେବର କାମ ପାଇଁ କେନ୍ଦ୍ର ସରକାର ୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ହେଲେ ବାସ୍ତବରେ କେନ୍ଦ୍ର ମଞ୍ଜୁର କରିଛି ୧୦ କୋଟି ଟଙ୍କା। ସେହିଭଳି ଆଉ ଗୋଟିଏ ମିଛ କହିଥିଲେ ଯେ ମାର୍ଚ୍ଚ ୩୦ ତାରିଖରେ ଓଡିଶା ଟ୍ରେଜେରିକୁ କେନ୍ଦ୍ରରୁ ଏଥି ପାଇଁ ୫୦ କୋଟି ଟଙ୍କା ଆସିଛି। ହେଲେ ଓଡ଼ିଶା ଟ୍ରେଜେରି ନୁହେଁ, ବରଂ କେନ୍ଦ୍ର ସରକାର ତାଙ୍କର ନିଜସ୍ୱ ସଂସ୍ଥା ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି) ଖାତାକୁ ଦେଇଥିଲେ ୧୦ କୋଟି ଟଙ୍କା। ଏହି ଟଙ୍କାରୁ ୬ କୋଟି ୯୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅବଶିଷ୍ଟ ଟଙ୍କା ଫେରି ଯାଇଛି। ତେଣୁ କେନ୍ଦ୍ର ମନ୍ତ୍ରୀ ନବକଳେବର କାମ ପାଇଁ କେନ୍ଦ୍ର ସରକାର ୫୦ କୋଟି ଟଙ୍କା ଦେଇଥିବା ନେଇ ଦୁଇ ଦୁଇଟି ମିଛ କହିବାକୁ ପଛାଇ ନାହାନ୍ତି। ଶ୍ରୀ ପାଣ୍ଡିଆନ ଏହି ସୂଚନା ଦେବା ସହିତ ଏ ସଂକ୍ରାନ୍ତୀୟ ଦସ୍ତାବିଜ୍‍ର ନକଲ ମଧ୍ୟ ଜାରି କରିଛନ୍ତି। ଅତି କମ୍‌ରେ ମହାପ୍ରଭୁଙ୍କ କାମରେ ଏଭଳି ମିଛ ନ କହିଲେ ଭଲ ହେବ ବୋଲି ସେ କହିଛନ୍ତି।

Breaking News