ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆୟଗର ବିଭାଗ ଗାଡ଼ି ଯାଞ୍ଚ ବେଳେ ଏକ ଦାମୀ କାର୍ ଭିତରୁ ୫କୋଟି ଟଙ୍କା ମିଳିଛି । ଭୁବନେଶ୍ୱର ସୂର୍ଯ୍ୟନଗରରେ ଆୟକର ବିଭାଗର ଚଢ଼ାଉ ବେଳେ ଏହି ଟଙ୍କା ଜବତ ହୋଇଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏକ ଫର୍ଚୁନର ଗାଡ଼ିରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଚଢ଼ାଉ କରାଯାଇଥିଲା। ଜବତ ଟଙ୍କା ଯାଜପୁର ଅଂଚଳର ଜଣେ ଠିକାଦାରଙ୍କର ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ଠିକାଦାରଙ୍କ ନା ନିହାର ରଂଜନ। ଠିକାଦାର ନିହାର ରଂଜନଙ୍କ ଯାଜପୁର ବାସଭବନରେ ଆୟକର ବିଭାଗ ଏବେ ଚଢ଼ାଉ ଜାରି ରଖିଛି। ସୂଚନାଯୋଗ୍ୟ, ଗତକାଲି ପୋଲିସ ଚେକିଂ ବେଳେ ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ମଧ୍ୟ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିଲା। କାର୍ଟି ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ପୋଲିସ ଚେକିଂ ବେଳେ ଧରାପଡ଼ିଥିଲା।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….