ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହଣ୍ଡୋଭାରେ ଗତକାଲି ଗୁଳିମାଡ଼ର ଶିକାର ହୋଇଥିବା ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିଲେ ମଧ୍ୟ ସଙ୍କଟାପନ୍ନ ରହିଛି। ହସ୍ପିଟାଲର ଜଣେ ଅଧିକାରୀଙ୍କ କହିବାନୁସାରେ, ଏକାଧିକ ଗୁଳି ମାଡ଼ ହୋଇଥିବାରୁ ଦୁଇଟି ଡାକ୍ତରୀ ଟିମ୍ ୫ ଘଣ୍ଟାର ଅସ୍ତ୍ରୋପଚାର କରିଛନ୍ତି। ପ୍ରଧାନମନ୍ତ୍ରୀ ଫିକୋଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ନେଇ ସମଗ୍ର ସ୍ଲୋଭାକିଆରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ରୀୟ ସହର ହଣ୍ଡୋଭାରେ ଏକ ସରକାରୀ ବୈଠକରେ ଅଧ୍ୟକ୍ଷତା କରିବା ପରେ ସମର୍ଥକମାନଙ୍କୁ ଅଭିନନ୍ଦନ ଜଣାଇବା ବେଳେ ତାଙ୍କୁ ଗୁଳି କରାଯାଇଥିଲା।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….