Report Card Odisha

| Daily Odia News

ଏଭରେଷ୍ଟ -ଏମଡିଏଚ୍‌ ମସଲା ଉପରେ ପ୍ରତିବନ୍ଧକ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନେପାଳର ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ବିଭାଗ ଦୁଇଟି ଭାରତୀୟ ମସଲା ବ୍ରାଣ୍ଡ ଏଭରେଷ୍ଟ ଏବଂ ଏମଡିଏଚ୍‌ର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏଥିରେ ଇଥାଇଲିନ ଅକ୍ସାଇଡର ସ୍ତର କେତେ ରହିଛି ବୋଲି ପରୀକ୍ଷା ଆରମ୍ଭ ‌ହେଉଛି ବୋଲି ଜଣେ ଅଧିକାରୀ ଏଏନ୍‌ଆଇକୁ ନିଶ୍ଚିତ କରିଛନ୍ତି। ଉତ୍ପାଦଗୁଡିକରେ ଉଚ୍ଚ ସ୍ତରର ଇଥାଇଲିନ ଅକ୍ସାଇଡ ବିଷୟରେ ଖବର ପାଇବା ପରେ ନେପାଳ ଏହି ଦୁଇଟି ମସଲା ବ୍ରାଣ୍ଡ ଉପରେ ପ୍ରତିବନ୍ଧକ ଲଗାଇଛି। ନେପାଳରୁ ଆମଦାନୀ ହେଉଥିବା ଏଭରେଷ୍ଟ ଏବଂ ଏମ୍‌ଡିଏଚ୍‌ ବ୍ରାଣ୍ଡ ମସଲା ଆମଦାନୀ ଉପରେ ବାରଣ କରାଯାଇଛି। ମସଲାରେ କ୍ଷତିକାରକ ରାସାୟନିକ ପଦାର୍ଥର ରହୁଛି ବୋଲି ଖବର ଆସିବା ପରେ ଏକ ସପ୍ତାହ ପୂର୍ବରୁ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ଏବଂ ଆମେ ଏହାର ବିକ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛୁ। ନେପାଳର ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ବିଭାଗର ମୁଖପାତ୍ର ମୋହନ କୃଷ୍ଣ ମହାରାଜ ଫୋନରେ ଏଏନ୍‌ଆଇ କହିଛନ୍ତି।

Breaking News