ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିୟାଣାର ନୁହରେ ଗତ ରାତିରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସ୍ରେ ନିଆଁ ଲାଗି ୧୦ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ୬୦ ଯାତ୍ରୀଙ୍କୁ ଧରି ବସ୍ଟି ଯାଉଥିବା ବେଳେ ନୁହର ତାବଡ ଉପମଣ୍ଡଳ ସୀମାରେ ହଠାତ୍ ବସ୍ରେ ନିଆଁ ଲାଗି ଯାଇଥିଲା। ଗତ ରାତି ପ୍ରାୟ ଦେଢଟା ବେଳେ ଏହି ଅଘଟଣ ଘଟିଥିଲା। ଏହି ଦୁର୍ଘଟଣାରେ ୧୦ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ବସ୍ରେ ଥିବା ଅଧିକାଂଶ ଲୋକ ଧାର୍ମିକ ସ୍ଥଳ ଦର୍ଶନ ସାରି ଫେରୁଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ଗାଡ଼ି ଭିତରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଦୁର୍ଘଟଣାରେ ମୃତକମାନେ ପଞ୍ଜାବ ଓ ଚଣ୍ଡିଗଡ଼ର ବାସିନ୍ଦା ବୋଲି ଜଣାଯାଇଛି। ସେମାନେ ବୃନ୍ଦାବନ ଓ ମଥୁରାରୁ ଦର୍ଶନ ସାରି ଫେରୁଥିଲେ। ବସ୍ରେ ଥିବା ଯାତ୍ରୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ସେମାନେ ନିକଟ ସମ୍ପର୍କୀୟ ହୋଇଥିବା ବେଳେ ବନାରସ ଓ ମଥୁରା, ବୃନ୍ଦାବନ ଦର୍ଶନ ନିମନ୍ତେ ଯାଇଥିଲେ। ବସ୍ରେ ୬୦ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଥିଲେ। ସେଠାରୁ ଦର୍ଶନ ସାରି ଗତ ରାତିରେ ସେମାନେ ଫେରୁଥିବା ବେଳେ ବାଟରେ ଏହି ଅଘଟଣ ଘଟିଛି।






More Stories
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..
ମଣିପୁରରେ ସାନି ହିଂସା…..
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..