ରିପୋର୍ଟ କାର୍ଡ / ଫୁଲବାଣୀ
ଆସନ୍ତା ୨୦ ତାରିଖରେ କନ୍ଧମାଳ ଜିଲ୍ଲାରେତିନୋଟି ନିର୍ବାଚନ ମଣ୍ଡଳିରେ ନିର୍ବାଚନ ଅନୁଷ୍ଠିତ ହେବ। ଜିଲ୍ଲାରେ କୌଣସି ନିର୍ବାଚନ ହିଂସା ହେବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୁପ ୧୪୪ ଧାରା ଜାରି କରାଯାଇଛି। ଏହି ଧାରା ୧୮ ତାରିଖ ଠାରୁ ଶନିବାର ୨୧ ତାରିଖ ପର୍ଯ୍ୟନ୍ତ ଵେବତ୍ତାର ରହିବ ବୋଲି କନ୍ଧମାଳ ଜିଲ୍ଲାପାଳ ଆଶିଷ୍ ଇଶ୍ୱର ପାଟିଲ୍ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ନିର୍ବାଚନ ସମୟରେ ଜିଲ୍ଲା ସୀମା ମଧ୍ୟରେ କୌଣସି ଉତ୍ତେଜନା କିମ୍ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ଏହାକୁ ଏଡ଼ାଇବାକୁ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। ଏହି ଧାରା ଉଚ୍ଚେଦ ପର୍ଯ୍ୟନ୍ତ କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ। ସେହିପରି ଭୋଟ ସଂଗ୍ରହ ଦିନ ଓ ଗଣତି ଦିନ ମଧ୍ୟ ମତଦାନ ଓ ଗଣତି କେନ୍ଦ୍ର ଠାରୁ ୨୦୦ ମିଟର ଦୂରତାରେ ରହିବାକୁ ନିର୍ଦ୍ଦେଶ ରହିଛି। କେବଳ ମତଦାନ ଦଳ , ପୋଲିସ ଓ ଦାୟିତ୍ୱରେ ଥିବା କର୍ମଚାରୀ କିମ୍ବା ଧାଡ଼ିରେ ଥିବା ଭୋଟର ମାନଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ ନାହିଁ ବୋଲି କୁହାଯାଇଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..