Report Card Odisha

| Daily Odia News

ମହିଳାଙ୍କୁ ବିଜେଡି ବାଣ୍ଟୁଥିଲା ଶାଢ଼ି,ପହଞ୍ଚିଗଲା ଫ୍ଲାଇଂ ସ୍କ୍ୱାଡ…..

ରିପୋର୍ଟ କାର୍ଡ / ପୁରୀ

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କପିଳେଶ୍ୱରପୁର ପଞ୍ଚାୟତ ପଥରପଦ ଗାଁରେ ବିଜେଡି ପକ୍ଷରୁ ଶାଢ଼ି ବଣ୍ଟାଯାଉଥିବା ଅଭିଯୋଗ ହୋଇଛି। ଫ୍ଲାଇଂ ସ୍କ୍ବାଡ୍ ପହଞ୍ଚି ୭ ଖଣ୍ଡ ଶାଢ଼ି ଜବତ କରିଛି। ସୂଚନା ଅନୁସାରେ, ଦୁଇ ଜଣ ବିଜେଡି ନେତ୍ରୀ ପଥରପଦ ଗାଁରେ ମିଶନ ଶକ୍ତି ମହିଳାଙ୍କୁ ଶାଢି ବଣ୍ଟନ କରୁଥିଲେ। ଫ୍ଲାଇଂ ସ୍କ୍ବାଡ୍ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୭ଟି ଶାଢ଼ି ଜବତ କରିବା ସହ ଗାଡ଼ି ଗୁଡ଼ିକୁ ଚେକିଂ କରିଥିଲା।ଏହାସହ ବିଜେଡିର ଦୁଇ ନେତ୍ରୀଙ୍କ ସମେତ ୪ଜଣ ମହିଳାଙ୍କୁ ସଦର ଥାନାକୁ ନେଇ ପଚରାଉଚରା କରିବା ପରେ ଏକ ଅଣ୍ଡରଟେକିଂ ଲେଖି ଛାଡିଦେଇଥିବା ଜଣାଯାଇଛି। ଫ୍ଲାଇଂ ସ୍କ୍ବାଡ୍ ପହଞ୍ଚି ଶାଢ଼ି ଜବତ କରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Breaking News