ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି। ଓଡ଼ିଶାର ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ତେବେ କେତେକ ମତଦାନ କେନ୍ଦ୍ରରେ ଇଭିଏମ୍ ମେସିନ୍ ଅଚଳ ହୋଇଯାଇଥିବାରୁ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁନ୍ଦରଗଡ଼ ବିଧାନସଭା ଆସନର ସୁନ୍ଦରଗଡ଼ ପୌରାଞ୍ଚଳ ୱାର୍ଡ ନମ୍ବର ୧୮ ବୁଥ ନମ୍ବର ୨୩୫ରେ ଇଭିଏମ୍ ତ୍ରୁଟି ଯୋଗୁଁ ଭୋଟ ଦାନରେ ବିଲମ୍ୱ ହୋଇଛି। ଭୋଟର କେନ୍ଦ୍ର ବାହାରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧରାକୋଟ ବ୍ଲକର କୁସଗୁମାରେ ଏଜେଣ୍ଟ ନ ବସାଇବାକୁ ନେଇ ଝଗଡା ହୋଇଛି। ଘଟଣାସ୍ଥଳରେ ଧରାକୋଟ ବିଡ଼ିଓ,ତହସିଲଦାର ଓ ଧରାକୋଟ ଆଇଆଇସି ପହଞ୍ଚି ଥିବା ବେଳେ ଗାଁ ଲୋକେ କେହି ଭୋଟ ଦେବେ ନାହିଁ ବୋଲି କହି ଭୋଟ କେନ୍ଦ୍ରରୁ ଫେରି ଯାଇଛନ୍ତି। ସେହିପରି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବାଘମାରି ୨୧୭ ନମ୍ବର ଆଦର୍ଶ ମତଦାନ କେନ୍ଦ୍ରରେ ଭିଭିପାର୍ଟ ମେସିନ ତୃଟି ଯୋଗୁଁ ମତଦାନରେ ବିଳମ୍ବ ହୋଇଛି। ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀର ଦେଓଗାଁ ବ୍ଳକ କଛାର ପାଲି ମତଦାନ କେନ୍ଦ୍ରରେ ଇଭିଏମରେ ତ୍ରୁଟି ପାଇଁ ୧୫୩ ନମ୍ବର ବୁଥରେ ମତଦାନ ହୋଇପାରିନି।





More Stories
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..