ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକିୟା ଦେବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲବଶତଃ ଏକ ଶବ୍ଦ ତାଙ୍କ ପାଟିରୁ ବାହାରି ଯାଇଥିଲା। ଯାହାକୁ ନେଇ ବିବାଦ ଉପୁଜିଥିଲା। ଏହାକୁ ନେଇ ସ୍ପଷ୍ଟୀକଣ ରଖିଛନ୍ତି ସମ୍ବିତ ପାତ୍ର। ଏମିତିକି ଉକ୍ତ ଭୁଲ ପାଇଁ ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗୁଛି ବୋଲି ସମ୍ବିତ ସୋଶୋଲ୍ ମିଡିଆ ‘ଏକ୍ସ’ରେ ପ୍ରତିକିୟା ରଖିଛନ୍ତି। ଏହାସହ ଏଭଳି ଭୁଲର ପଶ୍ଚାତାପ ପାଇଁ ୩ ଦିନ ଉପବାସ ରହିବେ ବୋଲି ମଧ୍ୟ କହିଛନ୍ତି। ଗତକାଲି ସମ୍ବିତ ପାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋ’ରେ ଯୋଗ ଦେବା ଅବସରରେ ଭୁଲବଶତଃ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଏକ ଶବ୍ଦ ତାଙ୍କ ପାଟିରୁ ବାହାରି ଯାଇଥିଲା। ସମ୍ବିତଙ୍କ ଏଭଳି ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସରେ ଏକ ପୋଷ୍ଟ କରି ଏହା ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି କହିଥିଲେ। ସେହିଭଳି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏକ୍ସ’ରେ ଏହାକୁ ସମାଲୋଚନା କରିଥିଲେ। ସମ୍ବିତ ଏନେଇ ସ୍ପଷ୍ଟୀକରଣ ରଖିବା ସହ କ୍ଷମାପ୍ରାର୍ଥନା କରିଛନ୍ତି।






More Stories
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..